ମୁଖ୍ୟ ଖବର ୧୨ ଘଣ୍ଟା ପାଇଁ କଟକ-ଭୁବନେଶ୍ବର ବସ ସେବା ବନ୍ଦ Angul OnlineDecember 22, 2021December 22, 2021 ଅନୁଗୁଳ – ଆସନ୍ତାକାଲି ଅନୁଗୁଳ ଓ ତାଳଚେରରୁ କଟକ-ଭୁବନେଶ୍ୱରକୁ ଗଡ଼ିବନି ବସ । ଜାତୀୟ ରାଜପଥ ୫୫ର ଦୁରବସ୍ଥା ପ୍ରତିବାଦରେ ଏଭଳି ୧୨ ଘଣ୍ଟିଆ ବସ ବନ୍ଦ ଡାକରା ଦେଇଛି ବସ ମାଲିକ ସଂଘ । । ଭୁବନେଶ୍ୱର , କଟକ , ଢେଙ୍କାନାଳ , ଅନଗୁଳ ଓ ତାଳଚେର ସଂଘର ପାଖାପାଖି ୩୦୦ ବସ ଏହି ଆନ୍ଦୋଳନରେ ଭାଗ ନେବେ । ସଂଘର କହିବା କଥା ସମ୍ବଲପୁରରୁ ଅନୁଗୁଳ ଦେଇ କଟକ ଯାଇଥିବା ଜାତୀୟ ରାଜପଥ ୫୫ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏହି ରାଜପଥର ଦୋହରିକରଣ କାମ ଚାଲିଥିବା ବେଳେ ସରିବାର ନା ନେଉନି । ଯାହା ଫଳରେ ଏହି ରାସ୍ତା ଦେଇ ଯାଉଥିବା ବସ ଗୁଡିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡି ଗୁଡିକ ବାରମ୍ବାର ଖରାପ ହେଉଛି । କିଛି ବସ ବାଧ୍ୟ ହୋଇ ଅନ୍ୟ ରାସ୍ତାରେ ଯିବାଆସିବା କରିବାକୁ ବାଧ୍ୟ ହେଉଛନ୍ତି । ଆଉ ଏହି ଜାତୀୟ ରାଜପଥରେ ଦୈନଦିନ ଦୁର୍ଘଟଣା ହେଉଥିବା ଯୋଗୁଁ ଅନେକ ସମୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି । ଏ ସବୁ କାରଣ ପାଇଁ ଲୋକ ବସରେ ଯିବା ଆସିବା କରିବା ପାଇଁ ଅମଙ୍ଗ ମଧ୍ୟ ହେଉଛନ୍ତି । ଏଣୁ ତୁରନ୍ତ ଏହି ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ ନକରିବା ସହ କାମ ସରିବା ପର୍ଯ୍ୟନ୍ତ ଅନ୍ୟ ରାସ୍ତାରେ ବସ ଯିବା ଆସିବା କରିବାକୁ ଅନୁମତି ଦେବାକୁ ଦାବି କରା ଯାଇଥିଲା । ଏ ନେଇ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । ଡିସେମ୍ବର ୨୨ ତାରିଖ ସୁଦ୍ଧା ରାସ୍ତା କାମ ସମ୍ପୂର୍ଣ୍ଣ ହେବ ହେବ ବୋଲି ଉଚ୍ଚ କର୍ତ୍ତୃପକ୍ଷ କହିଥିଲେ । କିନ୍ତୁ ତାହା ସମ୍ଭବ ହେଲା ନାହିଁ । ଏଥିପାଇଁ ଆସନ୍ତା କାଲି(୨୩ ତାରିଖ ଦିନ) ସକାଳ ୬ ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଅନୁଗୁଳରୁ କଟକ ଓ ଭୁବନେଶ୍ୱର ଯାଉଥିବା ସମସ୍ତ ବସ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । Advertisement
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା , ମହିଧରପଡାର ଗଣେଶ୍ୱର ବେହେରା । ହାତୀ…
ଡିଭାଇଡ଼ରରେ ପିଟି ହୋଇ ଦୁଇ ମୃତ ଜଣେ ଗୁରୁତର ଅନୁଗୁଳ – ଅନଗୁଳ ଜିଲ୍ଲା ପାଳଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରୋଡ଼ ମାଙ୍କଡା ବ୍ରିଜ ନିକଟରେ ଏକ ମୋଟରସାଇକେଲ ଭାରସାମ୍ୟ ହରାଇ ଡିଭାଇଡରରେ…
ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀଙ୍କ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣଙ୍କ…