ଅପରାଧ ପୁଲିସବାବୁଙ୍କ ଠାରୁ ଟଙ୍କା ଠକିନେଲେ ସାଇବର ଠକ Angul OnlineDecember 6, 2022December 6, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ପୁଲିସ ବାବୁ ସାଇବର ଠକେଇର ଶିକାର ହୋଇଛନ୍ତି । ପିଟିସି ଟ୍ରେନିଂ କଲେଜରେ ଏ ଏସ ଆଇ ଟ୍ରେନିଂ କରୁଥିବା ଏହି ପୁଲିସ ବାବୁଙ୍କ ଠାରୁ ସାଇବର ଠକ ୭୧ ହଜାର ଟଙ୍କା ଠକି ନେଇଛନ୍ତି । ସୂଚନା ଅନୁସାରେ ଏ ଏସ ଆଇ ରାମଚନ୍ଦ୍ର ଦାସଙ୍କ ସାନ ଭାଇ ଆସାମରେ ଆର୍ମି ଚାକିରି କରନ୍ତି । ସାନ ଭାଇଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଫେକ ଫେସବୁକ ଏକାଉଣ୍ଟ ଖୋଲି ରାମଚନ୍ଦ୍ରଙ୍କ ସହ ମେସେଞ୍ଜରରେ ମେସେଜ ପଠାଇ ଥିଲା । ଏଠି ଜଣେ ଅଫିସରଙ୍କର ବଦଳି ହେଉଛି । ସେ ବହୁତ ଗୁଡିଏ ଘରକରଣା ଜିନିଷକୁ କମ ଦାମରେ ବିକ୍ରି କରିବେ ବୋଲି କହୁଛନ୍ତି । ତେଣୁ କିଛି ଟଙ୍କା ପଠାଇବାକୁ କହିଥିଲା । ଠକ କଥାରେ ପଡି ରାମଚନ୍ଦ୍ର ୭୧ହଜାର ଟଙ୍କା ପଠାଇ ଦେଇଥିଲେ । ପରେ ଏହା ସାଇବର ଠକର କାରନାମା ବୋଲି ଜାଣି ପାରି ସେ ସାଇବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଆଡହକ ଏବଂ ସେସନ ଜଜ…
ବଧୁ ହତ୍ୟା ମାମଲାରେ ସ୍ୱାମୀ , ଶାଶୁ ଓ ଶଶୁରକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଫେବୃଆରୀ ମାସ ୨ ତାରିଖ ୨୦୨୦ ମସିହାରେ ହୋଇଥିବା ଏକ ଯୌତୁକ ଜନିତ ବଧୁ ହତ୍ଯା ମାମଲାରେ ସ୍ୱାମୀ ,…
ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ…