ଅପରାଧ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟିଲେ ସାଇବର ଠକ Angul OnlineJuly 12, 2022July 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦୌରାତ୍ମ ଥମିବାରେ ନାଁ ନେଉନାହିଁ । ପ୍ରାୟ ପ୍ରତ୍ଯେକ ଦିନ ଜିଲ୍ଲାର କାହାକୁ ନା କାହାକୁ ଟାର୍ଗେଟ କରି ସାଇବର ଠକମାନେ ଲୁଟ ଚଳାଇଛନ୍ତି । ବିକ୍ରମପୁର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ପୁଣି ସାଇବର ଲୁଟେରାମାନେ ୭୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ବିକ୍ରମପୁର ଷ୍ଟେଟ ବ୍ୟାଙ୍କ ଶାଖାର ଜ୍ୟୋତି ରଞ୍ଜନ ସାହୁ ( ୩୫ ) ନାମକ ଜଣେ କର୍ମଚାରୀଙ୍କ ମୋବାଇଲ ନମ୍ବରକୁ ସୋମବାର ଏକ ଅଜଣା ନାମବାରରୁ ଏକ ଫୋନ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ କହିଥିଲେ ତୁମ କ୍ରେଡିଟ କାର୍ଡର ସ୍ବାସ୍ଥ୍ୟ ବୀମା ଆକ୍ଟିଭେଟ ହୋଇଯାଇଛି । ଏହାକୁ ରଖିବାକୁ ଚାହୁଁଛ ନା କାଟିବାକୁ ଚାହୁଁଛ । ଜ୍ୟୋତି ଏହାକୁ କାଟିବା ପାଇଁ କହିଥିଲେ । ଏହାପରେ ସାଇବର ଲୁଟେରା କହିବା ଅନୁସାରେ ଜ୍ୟୋତି ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରି ଦେଇଥିଲେ । ଏହାପରେ ତାଙ୍କ କ୍ରେଡିଟ କାର୍ଡରୁ ଦୁଇଟି କିସ୍ତିରେ ୭୨ ହଜାର ଟଙ୍କା ଚାଲିଯାଇଥିଲା । ଏ ନେଇ ଜ୍ୟୋତି ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । Advertisement
ଟ୍ରେନ ଲୋକୋ ପାଇଲଟ ଚଲାଇଥିଲେ ବ୍ରାଉନସୁଗାର ବେପାର – ମାଡି ବସିଲା ପୁଲିସ ତାଳଚେର – ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ରେଲୱେ ଲୋକୋ ପାଇଲଟ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଲୋକୋ ପାଇଲଟ ଜଣଙ୍କ ଅନେକ ଦିନ ହେଲା…
ଚୋରା କାଠ ଜବତ – ୩ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ଏନଟିପିସି-ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ବଲାଙ୍ଗି ଗାଁ ସିଙ୍ଗିଡା ପୋଲ ଉପରୁ ଏନଟିପିସି ଆଡକୁ ଆସୁଥିବା ଚୋରା ଶାଳ ଚଉକାଠ…
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ – ବୃଦ୍ଧ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ବାପା ଏ…