ଅପରାଧ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟିଲେ ସାଇବର ଠକ Angul OnlineJuly 12, 2022July 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦୌରାତ୍ମ ଥମିବାରେ ନାଁ ନେଉନାହିଁ । ପ୍ରାୟ ପ୍ରତ୍ଯେକ ଦିନ ଜିଲ୍ଲାର କାହାକୁ ନା କାହାକୁ ଟାର୍ଗେଟ କରି ସାଇବର ଠକମାନେ ଲୁଟ ଚଳାଇଛନ୍ତି । ବିକ୍ରମପୁର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ପୁଣି ସାଇବର ଲୁଟେରାମାନେ ୭୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ବିକ୍ରମପୁର ଷ୍ଟେଟ ବ୍ୟାଙ୍କ ଶାଖାର ଜ୍ୟୋତି ରଞ୍ଜନ ସାହୁ ( ୩୫ ) ନାମକ ଜଣେ କର୍ମଚାରୀଙ୍କ ମୋବାଇଲ ନମ୍ବରକୁ ସୋମବାର ଏକ ଅଜଣା ନାମବାରରୁ ଏକ ଫୋନ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ କହିଥିଲେ ତୁମ କ୍ରେଡିଟ କାର୍ଡର ସ୍ବାସ୍ଥ୍ୟ ବୀମା ଆକ୍ଟିଭେଟ ହୋଇଯାଇଛି । ଏହାକୁ ରଖିବାକୁ ଚାହୁଁଛ ନା କାଟିବାକୁ ଚାହୁଁଛ । ଜ୍ୟୋତି ଏହାକୁ କାଟିବା ପାଇଁ କହିଥିଲେ । ଏହାପରେ ସାଇବର ଲୁଟେରା କହିବା ଅନୁସାରେ ଜ୍ୟୋତି ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରି ଦେଇଥିଲେ । ଏହାପରେ ତାଙ୍କ କ୍ରେଡିଟ କାର୍ଡରୁ ଦୁଇଟି କିସ୍ତିରେ ୭୨ ହଜାର ଟଙ୍କା ଚାଲିଯାଇଥିଲା । ଏ ନେଇ ଜ୍ୟୋତି ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । Advertisement
ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲା…
ହୋଟେଲ ରେଟିଂ ନାଁରେ ଟଙ୍କା ଠକେଇ ଅନୁଗୁଳ – ସାଇବର ଠକମାନେ ନୁଆଁ ନୁଆଁ ଫନ୍ଦି ବହାରକରି ଲୋକଙ୍କୁ ଠକିବାରେ ଲାଗିଛନ୍ତି । କେବେ କ୍ରେଡିଟ କାର୍ଡ ବାହାନାରେ ତ ଆଉ କେତେବେଳେ…
ଭେଣ୍ଡିଂ ଜୋନରୁ ବ୍ରାଉନସୁଗାର ଜବତ , ଚାରି ଗିରଫ ଅନୁଗୁଳ – ପାର୍ବଣ ବେଳେ ଆକ୍ଟିଭ ମୋଡରେ ଅନୁଗୁଳ ଜିଲ୍ଲା ପୁଲିସ । ମୁଖ୍ଯତଃ ବ୍ରାଉନସୁଗାର ବେପାରୀ ଓ ବେପାର ଉପରେ ଏହି ସମୟରେ ପୁଲିସ କଡା…