ଅପରାଧ ଡିଜେଲ ଓ ସ୍କ୍ରାପ ଚୋରି ପର୍ଦାଫାସ – ୬ ଗିରଫ Angul OnlineJuly 2, 2021July 2, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବିନ୍ଦଲ କମ୍ପାନୀରୁ ଚୋରି ହୋଇଥିବା ଜିନିଷ ପୁଲିସ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗରିଫ କରିଛି । ସୂଚନା ଅନୁସାରେ ସୁନାଖଣି ଗ୍ରାମର ଡାକ୍ତର ପ୍ରଧାନ ( ୪୦ ) , ଏକଘରିଆ ଗ୍ରାମର ଟେରା ଓରଫ ରଂଜନ ବେହେରା ( ୫୦ ) , କଇରୁଓରଫ ରାଜୁ ଓରଫ ରାଜେନ୍ଦ୍ର ବେହେରା ( ୩୫ ) ଓ କାଳିଆ ଓରଫ ସୁଦର୍ଶନ ବେହେରା ( ୩୦ ) ବିନ୍ଦଲ କମ୍ପାନୀରୁ ପୁରୁଣା ଲୁହା , କପର ତାର ଚୋରି କରିନେଇଯାଇଥିଲେ । ଏହି ଘଟଣା ଜାଣିବା ପରେ ଆଇ.ଆଇ.ସି ସତ୍ୟବ୍ରତ ରାଉତ , ଏସ୍.ଆଇ. ମନୋହର ପାତ୍ର ଓ ତାଳଚେର ଥାନା ପୋଲିସ୍ ବିଭିନ୍ନ ସ୍ଥାନରେ ଛାନଭିନ୍ କରିବା ସହ ଚୋରମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ । ଗିରଫ ଅଭିଯୁକ୍ତ ମାନଙ୍କୁ ପଚରାଉଚୁରା ପରେ ସେମାନେ ନେଇଥିବା ପୁରୁଣା ଲୁହା ଓ କପର ତାର ଜବତ କରା ଯାଇଛି । ତାଳଚେର ଥାନା କେସ୍ ନଂ ୨୫୬ ୨୧ ଦଫା – ୩୯୫ ଆଇପିସିରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହିଭଳି ଲିଙ୍ଗରାଜ କୋଇଲା ଖଣିରୁ ଡିଜେଲ ଚୋରିକରିବା ବେଳେ ଚୋରି ଉଦ୍ୟମ ପଣ୍ଡ କରିବା ସହ ଏକ ବୋଲେରୋ ଓ ଖାଲି ଜାରକିନ ଜବତ କରାଯାଇଛି । ସୂଚନା ଅନୁସାରେ ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ କୋଇଲା ଖଣି ମଧ୍ୟରୁ ୨ ଜଣ ଯୁବକ ଡିଜେଲ ଚୋରି ଉଦ୍ୟମ କରୁଥିବା ବେଳେ ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ଓ ତାଳଚେର ଥାନା ପୁଲିସ ରାତ୍ର ପେଟ୍ରୋଲିଂ ସମୟରେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଏହା ସହ ଡିଜେଲ ଚୋରି ପାଇଁ ବ୍ୟବହ୍ରୁତ ଏକ ବୋଲେରୋ ଗାଡି ଯାହାର ଓ ଖାଲି ଜାରକିନ୍ ଜବତ କରିଥିଲେ । ପର୍ଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ଗ୍ରାମର କୁନା ଓରଫ ବିରେନ୍ ସାହୁ ଓ ସିପୁ ସାହୁ ଏକ ବାଲେରୋ ଗାଡିରେ ଖାଲି ଜାରକିନ୍ ନେଇ ଗତ କାଲି ରାତ୍ର ସମୟରେ ଲିଙ୍ଗରାଜ କୋଇଲା ଖଣି ମଧ୍ୟକୁ ପ୍ରବେଶ କରୁଥିଲେ । ଏହି ସମୟରେ ତାଳଚେର ଟାଉନ୍ ଥାନା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ସେମାନେ ଦୁଇଜଣଙ୍କୁ କାବୁ କରିଥିଲେ । Advertisement
କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଜନ ଗହଳିପୂର୍ଣ୍ଣ ସ୍ଥାନରୁ କାରର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲାପାଳ ସମ୍ମୁଖରେ ଏହି ଘଟଣା ଘଟିଥିବା ବେଳେ କାରର ଝରକା…
ସ୍ୱାମୀକୁ ହତ୍ୟା କରିଥିବା ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ ଆଜୀବନ କାରାଦଣ୍ଡ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ବାମୀହନ୍ତା ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ…
ପୁଲିସ କବଜାରେ ୬ ଡକାୟତ ଅନୁଗୁଳ -(AO)- ଅନଗୁଳ ଜିଲ୍ଲା ତାଳଚେର ଥାନା ପୁଲିସ ହାବୁଡରେ ୬ ଡକାୟତ ଧରା ପଡିଛନ୍ତି । ତାଳଚେର , କଣ୍ଢାଳ ଛକ ତାରିଣୀ ମନ୍ଦିର ପଛ…