ଧରା ହେଲେ ଡିଜେଲ ମାଫିଆ – ୯୫୦ ଲିଟର ତେଲ ଜବତ , ପାଞ୍ଚ ଗିରଫ

କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା କାଜୁ ଜଙ୍ଗଲ ନିକଟ ଏକ ପଡିଆରୁ ଶୁକ୍ରବାର ଭୋର ସମୟରେ ଏକ ଡିଜେଲ ଚୋରା ରାକେଟ ଉପରେ ଜିଲ୍ଲା ପୋଲିସର ସ୍ଵତନ୍ତ୍ର ସ୍କ୍ବାର୍ଡ ପୋଲିସ ଚାଢାଉ କରି ବିପୁଳ ପରିମାଣର ଡିଜେଲ ସମେତ ଦୁଇଟି ବୋଲେରୋ , ଦୁଇଟି ମୋଟରସାଇକେଲ , ଗୋଟିଏ ସ୍କୁତି ଜବତ କରିଛି । ଏହା ସହ ଏହି ଚୋରା ରାକେଟରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ ମଧ୍ୟ କରା ଯାଇଛି । ଜିଲ୍ଲା ପୁଲିସର ସ୍ପେସିଆଲ ସ୍କ୍ୱାର୍ଡ ଚଢ଼ାଉ କରି ପାଞ୍ଚଟା ଗାଡ଼ିରୁ ମୋଟ ୯୫୦ ଲିଟର ଡିଜେଲ ଜବତ କରିଛି । ବିଭିନ୍ନ କୋଇଲା ଖଣିରୁ ଡିଜେଲ ସବୁ ଆଣି ବିଭିନ୍ନ ଜାଗାକୁ ମାଫିଆମାନେ ଚାଲାଣ କରୁଥିଲେ ବୋଲି ସ୍ପେସିଆଲ ସ୍କ୍ୱାର୍ଡ ଅଧିକାରୀ ଦୀନକୃଷ୍ଣ ମିଶ୍ର ପ୍ରକାଶ କରିଛନ୍ତି । ଜବତ ସାମଗ୍ରୀ ଏବଂ ଗିରଫ ଅଭିଯୁକ୍ତ ମାନଙ୍କୁ କଣିହାଁ ଥାନା ପୁଲିସକୁ ହସ୍ତାନ୍ତର କରା ଯାଇଥିବା ଜଣା ପଡିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page