ମୁଖ୍ୟ ଖବର ଜଳିଗଲା ଚଳନ୍ତା ବସ Angul OnlineMay 10, 2022May 10, 2022 ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ । ଏଭଳି ଘଟଣା ଆଜି ତାଳଚେର ମଳିବନ୍ଧ ଗାଁ ନିକଟରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୁସୁମପାଳ ଗ୍ରାମରୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ ହଠାତ୍ ମଳିବନ୍ଧ ନିକଟରେ ଏକ ମିନି ଟ୍ରାଭେଲର ବସରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକ ତୁରନ୍ତ ଏମସିଏଲ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । Advertisement
ଜେଏସପିଏଲ ପକ୍ଷରୁ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର ଉଦଘାଟିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିବା ବେଳେ ଜେଏସପିଏଲ ଠାରେ ନିର୍ମିତ କୋଭିଡ କେୟାର ସେଣ୍ଟରକୁ ଲୋକାର୍ପଣ କରିଛନ୍ତି ।…
ବାରହା ଆକ୍ରମଣରେ ଛେଳି ଚରାଳି ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅନ୍ତର୍ଗତ ବୁଢୀପାହଡ ଜଙ୍ଗଲ ନିକଟ ଏକ ଆମ୍ବଟୋତାରେ ବାରାହା ଆକ୍ରମଣରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି ।…
ବହୁ ପ୍ରତୀକ୍ଷାର ଅନ୍ତ – ଅତ୍ୟାଧୁନିକ ବସ୍ ଟର୍ମିନାଲ୍ରୁ ଗଡିଲା ବସ୍ ଅନୁଗୋଳ – ଅନୁଗୋଳର ଅତ୍ୟାଧୁନିକ ବସ୍ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବା ନେଇ ପ୍ରତୀକ୍ଷାର ଅନ୍ତ ହୋଇଛି । ଜିଲ୍ଲାପାଳଙ୍କ ସହ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ବୈଠକରେ ପାର୍କିଂ ଦର…