ମୁଖ୍ୟ ଖବର ଉପ ବାଚସ୍ପତିଙ୍କ ଗାଡ଼ିରେ ଜାତୀୟ ପତାକାକୁ ଅସମ୍ମାନ Angul OnlineDecember 29, 2022December 29, 2022 ଅନୁଗୁଳ – ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ ବାଚସ୍ପତି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ବନ୍ତଳା ଅଭିମୁଖେ ଯାଉଥିବା ବେଳେ ପଞ୍ଚମହଲା ନିକଟରେ ତାଙ୍କ ଗାଡି ଦୁର୍ଘଟଣା ହୋଇଥିଲା । ଏକ ଟ୍ରକ ଉପ ବାଚସ୍ପତିଙ୍କ ଗାଡିକୁ ଧକ୍କା ଦେଇଥିବା ବେଳେ ଅଳ୍ପକେ ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ସମେତ ଗାଡି ଡ୍ରାଇଭର ଓ ଅଙ୍ଗ ରକ୍ଷକ ରକ୍ଷା ପାଇଯାଇଥିଲେ । ତେବେ ଏହି ଘଟଣା ପରେ ଉପ ବାଚସ୍ପତି ଯାଉଥିବା ଗାଡ଼ିରେ ଲାଗିଥିବା ଜାତୀୟ ପତାକା ଓଲଟା ଲାଗିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ନିନ୍ଦା କରା ଯାଇଛି । ସାମ୍ବିଧାନିକ ପଦବୀରେ ରହିଥିବା ରଜନୀକାନ୍ତ ସିଂହଙ୍କ ଗାଡ଼ିରେ ଏଭଳି ଜାତୀୟ ପତାକାକୁ ଅସମ୍ମାନ କରିବା ଘଟଣାକୁ ସହଜରେ କେହି ଗ୍ରହଣ କରି ପାରୁ ନାହାନ୍ତି । Advertisement
ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ ତାଳଚେର – ଅଗ୍ନିରୁପା ମା ହିଙ୍ଗୁଳାର ବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ବିଷ୍ଣୁ ଦମନକ ଚତୁର୍ଦର୍ଷି ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୯…
ଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପୋଲରମୁଣ୍ଡା ଗ୍ରାମର ନିରୋଦ କୁମାର ସାହୁ ନାମକ କଣ୍ଟ୍ରୋଲ ଦୋକାନୀ ଠାରୁ ୨୦୧୪ ମସିହାରେ ଲାଞ୍ଚ ନେଉଥିବା ବେଳେ…
ମଙ୍ଗଳା କୋଠି ଉପରକୁ ଟେକା ମାଡ – ଉତ୍ତେଜନା , ଏପଟେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟୁସର ଗ୍ରାମରେ ମଙ୍ଗଳା କୋଠିକୁ ଯାଇ ନିଖୋଜ ପରେ ନାବାଳକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ଘଟଣାର କିଛିଦିନ…