ମୁଖ୍ୟ ଖବର ଉପ ବାଚସ୍ପତିଙ୍କ ଗାଡ଼ିରେ ଜାତୀୟ ପତାକାକୁ ଅସମ୍ମାନ Angul OnlineDecember 29, 2022December 29, 2022 ଅନୁଗୁଳ – ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ ବାଚସ୍ପତି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ବନ୍ତଳା ଅଭିମୁଖେ ଯାଉଥିବା ବେଳେ ପଞ୍ଚମହଲା ନିକଟରେ ତାଙ୍କ ଗାଡି ଦୁର୍ଘଟଣା ହୋଇଥିଲା । ଏକ ଟ୍ରକ ଉପ ବାଚସ୍ପତିଙ୍କ ଗାଡିକୁ ଧକ୍କା ଦେଇଥିବା ବେଳେ ଅଳ୍ପକେ ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ସମେତ ଗାଡି ଡ୍ରାଇଭର ଓ ଅଙ୍ଗ ରକ୍ଷକ ରକ୍ଷା ପାଇଯାଇଥିଲେ । ତେବେ ଏହି ଘଟଣା ପରେ ଉପ ବାଚସ୍ପତି ଯାଉଥିବା ଗାଡ଼ିରେ ଲାଗିଥିବା ଜାତୀୟ ପତାକା ଓଲଟା ଲାଗିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ନିନ୍ଦା କରା ଯାଇଛି । ସାମ୍ବିଧାନିକ ପଦବୀରେ ରହିଥିବା ରଜନୀକାନ୍ତ ସିଂହଙ୍କ ଗାଡ଼ିରେ ଏଭଳି ଜାତୀୟ ପତାକାକୁ ଅସମ୍ମାନ କରିବା ଘଟଣାକୁ ସହଜରେ କେହି ଗ୍ରହଣ କରି ପାରୁ ନାହାନ୍ତି । Advertisement
କାନ୍ଥ ପଡି ଅଜା ମୃତ , ନାତୁଣୀ ଗୁରୁତର ଅନୁଗୁଳ – ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁଁ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ…
ବଦଳିଲେ ୮ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଈନ୍ସପେକ୍ଟର ସ୍ତରରେ ବ୍ଯାପକ ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶକ୍ରମେ…
ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଜଣେ ମୃତ ଅନୁଗୋଳ – ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ଟ୍ରେନ ଚକ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା…