ମୁଖ୍ୟ ଖବର ଜଳବନ୍ଦୀ ଅଞ୍ଚଳରେ ଜିଲ୍ଲାପାଳ – ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଲେ Angul OnlineAugust 18, 2022August 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ବୁଝିଛନ୍ତି । ସେ ଆଜି ଟିକରପଡା ଯାଇ ବନ୍ୟାଜଳ ଅତିକ୍ରମ କରି ସେଠାରେ ହୋଇଥିବା ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସେଠାରେ ଲୋକେ କିଭଳି ଅଛନ୍ତି, ପ୍ରଶାସନ ପକ୍ଷରୁ ବନ୍ୟାବିପନ୍ନଙ୍କ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି ତାହା ତଦାରଖ କରିଛନ୍ତି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ଲୋକଙ୍କ ସହ ଆଲୋଚନା କରି ସରକାର ଓ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସମସ୍ତ ସାମଗ୍ରୀ ସେମାନଙ୍କ ପାଖରେ ପହଁଚିଛି କି ନାହିଁ ତାହା ପଚାରି ବୁଝିଛନ୍ତି । ବନ୍ୟା ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଜିରୋ କାଜୁଆଲିଟି ଉପରେ ମୁଖ୍ୟତଃ ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଲୋକଙ୍କ ସେଭଳି କିଛି ସମସ୍ୟା ନାହିଁ । ସନ୍ଧ୍ୟା ପରେ ଲାଇଟର ଅସୁବିଧା ଥିବା କଥା ତାଙ୍କୁ ଲୋକ କହିଥିବା ବେଳେ ଆଜି ସନ୍ଧ୍ୟା ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସେମାନଙ୍କ ନିକଟରେ ଆସ୍କା ଲାଇଟ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଆଉ ଯାହା ବି ସମସ୍ୟା ରହିଛି ତାହାର ଆସୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ । ବନ୍ୟାବିପନ୍ନଙ୍କ ଗମନାଗମନ ପାଇଁ ଏଠାରେ ରବର ବୋଟ୍ ଯୋଗାଇ ଦିଆଯାଇଛି । ଆଜିଠାରୁ (ଗୁରୁବାର) ବନ୍ୟାପାଣି କମିଛି । ଏହାସତ୍ତ୍ବେ ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ତେଣୁ ରିଲିଫ କୋଡ୍ ମୁତାବକ ଲୋକଙ୍କୁ ଆଉ କଣ ସୁବିଧା ଯୋଗାଇ ହେବ ତାହାକୁ ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ ସମୟରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ, ଅନୁଗୁଳ ତହସିଲଦାର ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । Advertisement
ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁର ତନ୍ମୟ ସାହୁଙ୍କର ବୁଧବାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ତାଙ୍କ ମୋଟରସାଇକେଲରେ ଘରୁ ବାହାରି…
ଆସନ୍ତା ୮ ତାରିଖ ବ୍ଲାକ ଡାଇମଣ୍ଡ ଓ ପବିତ୍ର ମୋହନ ମେଡିକାଲ ଉଦଘାଟନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ପ୍ରତିକ୍ଷିତ ତାଳଚେର ମେଡିକାଲ ଓ ବ୍ଲାକ ଡାଇମଣ୍ଡ ଆସନ୍ତା ୮ ତାରିଖରେ ଉଦଘାଟନ ହେବ । ଏଥିପାଇଁ ସରକାରୀ ସ୍ତରରେ…
ବ୍ୟାଟେରୀ ଚାଳିତ ସ୍କୁଟିରୁ ଅଗ୍ନିକାଣ୍ଡ – ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ଆଜି ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ ଲାଗି ଘର ଭିତରକୁ ବ୍ୟାପିଯିବା ଫଳରେ ସମସ୍ତ ଆସବାବପତ୍ର…