ଆଞ୍ଚଳିକ ଜଳିଗଲା ଆଠ ବଖରା ଘର Angul OnlineFebruary 27, 2023February 27, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୮ବଖରା ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ , ଗୋଟିଏ ଘରେ ବିଦ୍ୟୁତ ସର୍କିଟରୁ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା ପୁର୍ବରୁ ୮ଟି ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା । ଗ୍ରାମର ରବିନ୍ଦ୍ର ନାୟକଙ୍କ ୩ବଖରା, କୁନି ନାୟକଙ୍କ ୨ବଖରା, ଛବି ନାୟକଙ୍କ ୨ବଖରା ଓ ସଜନି ନାୟକଙ୍କ ଗୋଟିଏ ବଖରା ଘର ଜଳିଯାଇଥିବାବେଳେ ଏକ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି । ଛେଣ୍ତିପଦା ଅଗ୍ନିଶମ ବିଭାଗ ଓ ଜେଏସପି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଅଗ୍ନିକାଣ୍ଡ ଫଳରେ ୪ଟି ପରିବାର ଖୋଲା ଆକାଶ ତଳେ ଅଛନ୍ତି । Advertisement
ଅନୁଗୁଳରେ ଆକାଶ ଇନଷ୍ଟିଚ୍ୟୁଟ ଉଦଘାଟନ କଲେ ବ୍ରଜ ପ୍ରଧାନ ଅନୁଗୁଳ – ଅନୁଗୁଳରେ ଖୋଲିଛି ଆକାଶ ଇନଷ୍ଟିଚ୍ୟୁଟ । ଆଜି ଅମଲାପଡା ଗାର୍ଲସ ହାଇସ୍କୁଲ ସମ୍ମୁଖରେ ଏହାର ଉଦଘାଟନ ହୋଇ ଯାଇଛି । ତାଳଚେର ବିଧାୟକ ବ୍ରଜ…
ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଖରାର ପ୍ରକୋପ ବେଶ ରହିଛି । ଆଜି ଦିନରେ ଜିଲ୍ଲା ସଦର ମହକୁମାର ତାପମାତ୍ରା ୪୫ ଡିଗ୍ରୀ ପାର ହୋଇଥିଲା ।…
ମହୋତ୍ସବରେ ସହିଦ ସ୍ମୃତି ସ୍ତମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୋତ୍ସବ ରେ ସବୁ ବର୍ଷ ପରି ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି । ଜିଲ୍ଲାର ସମସ୍ତ ସହିଦ ମାନଙ୍କ ସମ୍ମାନାର୍ଥେ…