ମୁଖ୍ୟ ଖବର ହାତୀ କଙ୍କାଳ ଉଦ୍ଧାର Angul OnlineSeptember 30, 2022September 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜଙ୍ଗଲ ଭିତରେ ଏକ ହାତୀ କେବେଠାରୁ ମରି ପଡିଥିବା ବେଳେ ଆଜି ବନ ବିଭାଗକୁ ହାତୀର ହାଡ଼ କଙ୍କାଳ ମିଳିଛି । ସୂଚନା ଅନୁସାରେ ଅନୁଗୁଳ ବନଖଣ୍ଡ ଫୁପୁଣ୍ଡା ଜଙ୍ଗଲର କମ୍ପାର୍ଟମେଣ୍ଟ ୨ ଅଞ୍ଚଳରେ ଏକ ହାତୀର କଙ୍କାଳ ପଡିଥିବା ୱାଚର ମାନେ ଦେଖି ବନ ବିଭାଗ ଅଧିକାରୀ ମାନଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରେ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ସବିଶେଷ ତଥ୍ୟ ଓ ହାତୀର ମୃତ୍ୟୁର କାରଣ ଜାଣିବା ପାଇଁ ହାତୀର ହାଡ଼ ସଂଗ୍ରହ କରି ଓୟୁଏଟିକୁ ପଠାଯାଇଛି । Advertisement
ଲାଞ୍ଚୁଆ ପୁଲିସ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନାରୁ ଏକ ମୋଟରସାଇକେଲ ମୁକୁଳାଇବା ପାଇଁ ଗତ ୨/୧୨/୨୦୦୯ ମସିହାରେ ସେତେବେଳେ ସେଠାରେ ଥିବା ଏ ଏସ ଆଇ ରବୀନ୍ଦ୍ର…
ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ ଅନୁଗୁଳ – ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର…
ଖୁବ ଶୀଘ୍ର ଦୂର ହେବ କୋଇଲା ସଙ୍କଟ – କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଳଚେର – ସାରା ଦେଶରେ ଏବେ କୋଇଲା ସଙ୍କଟ ଦେଖା ଦେଲାଣି । ଆଉ ଏହାର ପରିସ୍ଥିତି ସୁଧାରିବା ପାଇଁ କୋଇଲା ଉତ୍ପାଦନ ଓ ପରିବହନର ଉନ୍ନତି…