ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରି କର୍ମଚାରୀ ଗିରଫ

ଅନୁଗୁଳ – ମଦ ଦୋକାନରୁ ଟଙ୍କା ଆତ୍ମସାତ ଅଭିଯୋଗରେ ସେହି ମଦ ଦୋକାନର ଜଣେ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ କର୍ମଚାରୀ ଜଣଙ୍କ ଦୋକାନରୁ ୨ ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ କରିଥିବା ମଦ ଦୋକାନର ମ୍ୟାନେଜର ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଝାଡଖଣ୍ଡରୁ ତାକୁ ଗିରଫ କରିଛି ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖମାରରେ ଥିବା ଏକ ମଦ ଦୋକାନର ମ୍ୟାନେଜର ସୁବାସ କୁମାର ଗତ ୬ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ଦିପୁ କୁମାର ନାମକ ଜଣେ ଦୋକାନର କର୍ମଚାରୀ ଟଙ୍କା ଆତ୍ମସାତ କରି ଫେରାର ହୋଇ ଯାଇଛନ୍ତି । ଦୋକାନର ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ କରି ଦିପୁ ଫେରାର ହୋଇ ଯାଇଥିବା ସେ ଅଭିଯୋଗରେ ଦର୍ଶାଇ ଥିଲେ । ଅଭିଯୋଗ ପାଇବା ପରେ ଖମାର ଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦିପୁକୁ ଖୋଜାଖୋଜି କରିଥିଲା । ପରେ ସେ ଟଙ୍କା ନେଇ ତା ନିଜ ଗାଁ ଝାଡଖଣ୍ଡର ବରାହୀରେ ଲୁଚିଥିବା ଜାଣିବାକୁ ପାଇଥିଲା । ପୁଲିସର ଏକ ଟିମ ବରାହୀ ଯାଇ ସେଠାରୁ ଦିପୁ କୁମାରଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ତା ନିକଟରୁ ୪୫ ହଜାର ଟଙ୍କା ମଧ୍ୟ ଜବତ କରା ଯାଇଥିଲା । ଗୁରୁବାର ତାକୁ ଟଙ୍କା ଆତ୍ମସାତ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *