ଅପରାଧ ଘର ତଳୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର – ଘଟଣାରେ ଡିଆଇଜି ରଖିଲେ ପ୍ରତିକ୍ରିୟା Angul OnlineMay 28, 2024May 28, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ଘର ଆଗରୁ ଆଜି ସକାଳେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା l ରାଜନୈତିକ ଘଟଣାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ ଆଣିଥିଲେ l ସେ ଛାତ ଉପରେ ଥିବା ବେଳେ କେହି ତାଙ୍କୁ ଠେଲି ଦେଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ସୂଚନା ଅନୁସାରେ ଦୁଇ ଦିନ ତଳେ ରାଜନୈତିକ କାରଣରୁ କିଛି ଅସାମାଜିକ ଯୁବକ ତାଙ୍କ ଘର ଉପରକୁ ରାତିରେ ପଥର ମାରିଥିଲେ । ଗତ କାଲି ଉକ୍ତ ଘଟଣାର ଆପୋଷ ସମାଧାନ ମଧ୍ୟ ହୋଇଥିଲା l ସମାଧାନ ପରେ ଆଜି ସକାଳେ ସନ୍ଦେହଜନକ ଅବସ୍ଥାରେ ବିଭୁତିଙ୍କ ମୃତ ଦେହ ଘର ସମୁଖରେ ପଡ଼ିଥିବା ଦେଖିବାକୁ ପାଇଥିଲେ l ରାଜନୈତିକ ଶତ୍ରୁତାକୁ ନେଇ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ l ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରାଇଛି । ତେବେ ଏହି ଘଟଣାରେ ଡି ଆଇ ଜି ଉମା ଶଙ୍କର ଦାସ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଘଟଣାର ତଦନ୍ତ ଚାଲିଛି , ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହୋଇ ପାରିବ ବୋଲି କହିଛନ୍ତି । ତେବେ ହତ୍ୟା ଘଟଣାକୁ ସେ ସଂପୂର୍ଣ୍ଣ ଅସ୍ଵୀକାର କରି ନଥିଲେ ମଧ୍ୟ ବିଭୁତି ସବୁଦିନ ଛାତ ଉପରେ ଶୋଉଥିବା ବେଳେ ଗତକାଲି ଛାତ ଉପରୁ ସେ ପଡି ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ବୋଲି କହିଛନ୍ତି । ଅନ୍ୟପଟେ ବିଭୁତିଙ୍କ ପରିବାର ନିଜକୁ ଅସୁରକ୍ଷିତ ମାନେ କରୁଥିବା ବେଳେ ଗାଁରେ ପୁଲିସ ପେଟ୍ରୋଲିଂର ବ୍ୟବସ୍ଥା କରା ଯାଇଛି ବୋଲି ସେ କହିଛନ୍ତି । https://angulonline.com/odia/wp-content/uploads/2024/05/WhatsApp-Video-2024-05-28-at-18.30.27.mp4 Advertisement
ଭିଜିଲାନ୍ସ ଜାଲରେ ଅମୀନ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅମୀନ। ଅନୁଗୋଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ ଲାଞ୍ଚ ନେଉଥିବା ବେଳେ ଜଣେ…
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମି ଅନୁଗୁଳ – ସାବିତ୍ରୀ ଅମାବାସ୍ୟା ଭଳି ଦିନରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ବନ୍ତଳା ଥାନା ବଡକେରା ଗାଁରେ…
ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ…