ମୁଖ୍ୟ ଖବରସମସ୍ୟା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା – ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ପରିବାରର ଧମକ Angul OnlineJanuary 29, 2021January 29, 2021 ଅନୁଗୁଳ – ଅନୁଗୁଳ ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ ନାବାଳିକାର ବାପା, ମା ଓ ତାଙ୍କ ମାମୁଁ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ପାଇଁ ଦାବି କରିଛନ୍ତି । ୨୦୧୯ ମସିହା ଜାନୁୟାରୀ ୨୦ ତାରିଖରେ କାଙ୍ଗୁଲା ଗାଁର ସରୋଜ ମହାରଣାଙ୍କ ୧୨ ବର୍ଷର ଝିଅକୁ ଏକୁଟିଆ ପାଇଁ ଗାଁ ମଶାଣିରେ ଅଭିଯୁକ୍ତ ଅନାମ ଦେହୁରୀ ପ୍ରଥମେ ଦୁଷ୍କର୍ମ ପରେ ପଥରେ ଛେଚି ହତ୍ୟା ଓ ପରେ ପୁଣି ଦୁଷ୍କର୍ମ କରିଥିଲା । ସେହି ଘଟଣାରେ ଅଭିଯୁକ୍ତ ଅନାମକୁ ପୋଲିସ କଲିକତାରୁ ଗିରଫ କରିବା ସହ ମାମଲାର ଗୁରୁତ୍ୱକୁ ବିଚାର କରି ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲା । ଅନୁଗୁଳ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ୩୬ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଫାଶୀଦଣ୍ଡ ଶୁଣାଇଥିଲେ । ଏହି ମାମଲା ପୁନଃବିଚାର ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ହାଇକୋର୍ଟ ଫାଶୀଦଣ୍ଡକୁ ରଦ୍ଦ କରିବା ସହ ମାମଲାର ପୁନଃବିଚାର ପାଇଁ ରାୟ ଶୁଣାଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ଅନାମକୁ ପୂର୍ବ ରାୟ ଅନୁସାରେ ଫାଶୀ ଦଣ୍ଡ ଦିଆଯାଉ ବୋଲି ପରିବାର ନିବେଦନ କରିଛନ୍ତି । ଏହା ନହେଲେ ସମାଜରେ ଏଭଳି ଘଟଣା ଆହୁରି ଘଟିବ ଓ ଅଭିଯୁକ୍ତ ମାନେ ଆଇନକୁ ମାନିବେ ନାହିଁ ବୋଲି କୋହଭରା କଣ୍ଠରେ ନିବେଦନ କରିଛନ୍ତି ମୃତ ନାବାଳିକାର ପରିବାର । ଏହା ନ ହେଲେ ସେମାନେ ପରିବାର ସହ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ତାଙ୍କ କହିବା କଥା ତାଙ୍କ ଝିଅକୁ ଯେଉଁଭଳି ଜଘନ୍ୟ ଭାବେ ହତ୍ୟା କରାଯିବା ସହ ଦୁଷ୍କର୍ମ କରା ଯାଇଥିଲା , ସେଥିରେ ଅଭିଯୁକ୍ତକୁ ଫାଶୀ ମିଳିଲେ ହିଁ ତାଙ୍କ ଝିଅର ଆତ୍ମା ଶାନ୍ତି ପାଇବ । Advertisement
ସରପଞ୍ଚଙ୍କ ସହ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ ଅନୁଗୁଳ – ଆବାସ ଯୋଜନାରେ ନାଁ କଟିବା ଯୋଗୁଁ ଅସନ୍ତୋଷ ପ୍ରକାଶ କଲେ ପଞ୍ଚାୟତବାସୀ । ଆଉ ଏଥିପାଇଁ ଗାଁର ମହିଳା ଏକାଠି ହୋଇ ସରପଞ୍ଚ ଏବଂ…
ଗଛରେ ପିଟି ହେଲା କାର – R. I. ମୃତ , ଦୁଇଟି ପରିବାରର ୬ ଗୁରୁତର ଅନୁଗୁଳ – ବ୍ରହ୍ମପୁରରୁ ମା ତାରାତାରିଣୀ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି…
ପୁଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ – ଲୋକେ ଆତଙ୍କିତ ଅନୁଗୋଳ – ଅନୁଗୋଳ ସରଧାପୁର ଗାଁ ଜଙ୍ଗଲରେ ଥିବା ପୁଲିସ ଫାୟାରିଂ ରେଞ୍ଜର ଗୁଳି ଶନିବାର ସକାଳେ ଗାଁରେ ପହଞ୍ଚିଛି । ସୂଚନା ଅନୁସାରେ, ସକାଳେ ଗାଁର…