ମୁଖ୍ୟ ଖବର କୂଅରେ ପଡି ଶିଶୁ ମୃତ Angul OnlineAugust 27, 2021August 27, 2021 ଅନୁଗୁଳ – ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର ସକାଳ ୧୦ଟା ବେଳେ ଗ୍ରାମର ପ୍ରସନ୍ନ ମାହାର ଚାଷ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ରୋଷେଇ କରୁଥିଲେ । ଏହି ସମୟରେ ତାଙ୍କ ୩ ବର୍ଷର ପୁଅ ସୁବ୍ରତ ଖେଳୁଥିବା ସମୟରେ ଘର ଅଗଣାରେ ଥିବା କୂଅରେ ଖସିପଡି ଯାଇଥିଲା । କିଛି ସମୟ ପରେ ପ୍ରସନ୍ନଙ୍କ ସ୍ତ୍ରୀ ସୁବ୍ରତଙ୍କୁ ଖୋଜାଖୋଜି କରିବା ବେଳେ କୂଅରେ ପଡି ଯାଇଥିବା ଦେଖ୯ଇବାକୁ ପାଇଥିଲେ । ତୁରନ୍ତ ତାଙ୍କୁ କୂଅରୁ ଉଦ୍ଧାର କରା ଯାଇଥିଲେ ମଧ୍ୟ ସେତେବେଳକୁ ଶିଶୁର ମୃତ୍ୟୁ ହୋଇ ସାରିଥିଲା । Advertisement
ଟ୍ରେନରୁ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବେଣାଗାଡ଼ିଆ ନିକଟରେ ଚଳନ୍ତା ଟ୍ରେନରୁ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର ଛବିନ୍ଦ୍ର କୁମାର ଗୋଛୟତ…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…
ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ…