ପାଣିରେ ବୁଡି ଚାଷୀ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ତୁଳସୀପାଳ ଗ୍ରାମରେ ଜଣେ ବ୍ୟକ୍ତି ବିଲକୁ ଯାଇଥିବା ବେଳେ କେନାଲରେ ବୁଡି ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ତୁଳସୀପାଳ ବରସାହିର ୫୪ ବର୍ଷୀୟ ତୈଲୋକ୍ୟ ବିଶ୍ଵାଳ ।

ତୈଲୋକ୍ୟ ନିଜ ଚାଷ ବିଲକୁ ଧାନ ଦେଖିବା ପାଇଁ ଯାଇଥିଲେ । ତେବେ ତୈଲୋକ୍ୟ ସନ୍ଧ୍ୟା ହୋଇଯାଇଥିବା ବେଳେ ଘରକୁ ନଫେରିବାରୁ ପରିବାରବର୍ଗ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ୭ ଘଟିକା ସମୟରେ ପରିବାର ଲୋକେ ତୈଲୋକ୍ୟଙ୍କ ମୃତଦେହ ବିଲ ପାଖରେ ଥିବା କେନାଲ ପାଣିରେ ପଡି ରହିଥିବା ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ପରିବାର ଲୋକେ ବଅଁରପାଳ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *