ମୁଖ୍ୟ ଖବର କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ Angul OnlineJune 21, 2021June 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଅଘଟଣ । କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଆଜି ଗାଁ ମୁଣ୍ଡରେ ଥିବା ପୁରିହାପାଟ ଦେବୀ ପିଢ ନିକଟସ୍ଥ ଏକ କୂଅରେ ଶିବ ପଧାନ ନାମକ ଜଣେ ବ୍ୟକ୍ତିଙ୍କ ୩ ବର୍ଷର ଶିଶୁ ଖେଳୁଥିବା ବେଳେ ଖସି ପଡିଥିଲା । ଶିଶୁ ଟି ଖସି ପଡିବା ଦେଖି ପାଖରେ ଥିବା ଆଉ ଜଣେ ବାଳକ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ତେବେ ଉଭୟ କୁଆଡ଼େ ପଡି ଚିତ୍କାର ପକେଇବା ଯୋଗୁଁ ପାଖରେ କାମ କରୁଥିବା ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ଦେହୁରି ନାମକ ତିନି ଯୁବକ କୂଅରେ ପଶି ସେମାନଙ୍କୁ ଉଧାର କରିବାକୁ ଚେଷ୍ଟା କରିଥିଲେ । ସେମାନେ ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ପ୍ରଦୀପ କିନ୍ତୁ ଆଉ ବାହାରି ପାରି ନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ହିନ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଛେଣ୍ଡିପଦା ଅଗଣିଷମା ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ କୁଅରୁ ଉଦ୍ଧାର କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳି ଯାଇଛି । Advertisement
ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ…
ସାଇବର ଲୁଟେରାଙ୍କ ଟାର୍ଗେଟରେ ତାଳଚେର କଲେଜ ଛାତ୍ରଛାତ୍ରୀ ତାଳଚେର – ସାଇବର ଲୁଟେରାଙ୍କ ଟାର୍ଗେଟରେ ଏବେ କଲେଜ୍ ଛାତ୍ରଛାତ୍ରୀ । ଅଭିଭାବକଙ୍କୁ ଫୋନ୍ କରି କଲେଜ୍ ଅଧ୍ୟକ୍ଷଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା । ରି-ଆଡ଼ମିଶନ…
ଓଡିଶାରେ ତିନୋଟି କୋଇଲା ଖଣି ପାଇଁ କେନ୍ଦ୍ର ମନ୍ତ୍ରଣାଳୟର ଚୁକ୍ତିନାମା ସ୍ୱାକ୍ଷର ଭୁବନେଶ୍ବର – କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସୋମବାର ଓଡିଶାରେ ଅବସ୍ଥିତ ତିନୋଟି କୋଇଲା ଖଣି ପାଇଁ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମାକୁ ସଫଳତାର ସହ…