ଆଞ୍ଚଳିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା Angul OnlineJuly 12, 2022July 12, 2022 ଅନୁଗୁଳ – ଅନୁଗୁଳ ଠାରେ “ଆମ ପ୍ରତିଭା ଆମ ସ୍ବାଭିମାନ” ସଙ୍ଗଠନ ଦ୍ବାରା ” ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୨୨ ” କାର୍ଯ୍ୟକ୍ରମ ପାଳନ ହୋଇ ଯାଇଛି । ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ନେତୃତ୍ତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ପୌରପାଳିକା ଓ ଅନୁଗୁଳ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ରୁ A1 Grade ରେ ଉତ୍ତୀର୍ଣ୍ଣ ହୋଇଥିବା ୮୬ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ପୁରଷ୍କୃତ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ସମ୍ମାନିତ ଅତିଥୀ ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀମତୀ ବବିତା ପ୍ରଧାନ , ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ , ସାଂସଦଙ୍କ ଜିଲ୍ଲା ପ୍ରତିନିଧୀ ( ଯୁବ ଓ ଛାତ୍ର ବ୍ୟାପାର ) ଦିନେଶ ପ୍ରଧାନ ପ୍ରଭୁତି ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନ କରିବା ସହିତ ଶୁଭେଛା ଜଣାଇଥିଲେ । Advertisement
ପାଠଶାଳା ଦେବ ନବମାଳତୀ ମେଧା ସମ୍ମାନ ଅନୁଗୋଳ – ସାମାଜିକ ଅନୁଷ୍ଠାନ ପାଠଶାଳା ୨୦୨୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହି ଅନୁଷ୍ଠାନ ଶିକ୍ଷା ପାଇଁ ସମର୍ପିତ ଭାବ ରଖି ତାର କାର୍ଯ୍ୟ ଜାରି…
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଉଚ୍ଚ ରକ୍ତଚାପ ପରୀକ୍ଷା ଶିବିର ଅନୁଗୋଳ – ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଯିତ କରାଯାଇଥିଲା । ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ…
ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ରାସ୍ତାରେ ଗଲା ବେଳେ ଜଣେ ନାବାଳକକୁ ଉଦ୍ଧାର କରି ଶିଶୁ ମଙ୍ଗଳ…