ମୁଖ୍ୟ ଖବର ବିନ୍ଦଲ କାରଖାନାରେ ଅଗ୍ନିକାଣ୍ଡ Angul OnlineMay 3, 2022May 6, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନର୍ଗତ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣା ପଡିଛି । ସୂଚନା ମୁତାବକ, ଦୀର୍ଘ ଦୁଇ ବର୍ଷ ହେବ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରି ବନ୍ଦ ହୋଇ ପଡି ରହିଥିଲା । ଆଜି କୌଣସି କାରଣରୁ ହଠାତ ଫାକ୍ଟ୍ରି ପରିସରରେ ଅଗ୍ନିକାଣ୍ଡ ଘଟିଥିଲା । ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପ୍ରଥମେ କଣିହାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ପ୍ରାୟ ଅଧ ଘଣ୍ଟା ଚେଷ୍ଟା କରିବା ପରେ ବିଫଳ ହୋଇଥିବାରୁ ସଙ୍ଗେ ସଙ୍ଗେ ଅନୁଗୁଳ, ଏନଟିପିସି, ନାଲକୋ ସ୍ମେଲଟର, ସିଆଇଏସଏଫ ଅଗ୍ନିଶମ ବିଭାଗର ୨ ଟି ଦଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ସାଢେ ପାଞ୍ଚ ଘଣ୍ଟା ପରିଶ୍ରମରେ ନିଆଁକୁ ଆୟତ କରିଥିଲେ । ସୂଚନାଯୋଗ୍ୟ ବିନ୍ଦଲ ପ୍ଲାଣ୍ଟ ବନ୍ଦ ହୋଇ ରହିଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ କିମ୍ବା କେହି କର୍ମଚାରୀ ସିଗାରେଟ କିମ୍ବା ବିଡି ଘାଇ ପକେଇ ଥିବାରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରା ଯାଉଛି । Advertisement
ହାତୀ ନେଲା ପୁଣି ଏକ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀଙ୍କ ଉତ୍ପାତ ଜିଲ୍ଲାରେ ଥମୁନି। ହାତୀ ହାବୁଡ଼ରେ ପଡି ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଅନୁଗୋଳ ବ୍ଲକ ବସଲା…
ଜିଲ୍ଲାପାଳଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର ଅନୁଗୁଳ – ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀମାନେ ସାଇବର ଅପରାଧୀଙ୍କ ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଛନ୍ତି ଅନୁଗୁଳ…
ବସ ପଛରେ ପିଟି ହେଲା ମୋଟରସାଇକେଲ – ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ସୋମବାର ଦୁର୍ଘଟଣା ଘଟିଛି । ଆଜି ସକାଳୁ ସାଇନାଥ…