ମୁଖ୍ୟ ଖବର କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ନଷ୍ଟ Angul OnlineNovember 28, 2021November 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଏକଘରିଆ ନିକଟରେ ଥିବା ଜାଲାନ କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରପାତି ନଷ୍ଟ ହୋଇ ଯାଇଥିବା ବେଳେ ସୌଭାଗ୍ୟ ବଶତଃ କାମ କରୁଥିବା କର୍ମଚାରୀ ମାନେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଜାଲାନ କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିର ଡିଷ୍ଟିଲ ଟ୍ୟାଙ୍କର ଓଭର ହିଟିଂ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ସେତେବେଳକୁ ସେଠାରେ ଥିବା ଡିଷ୍ଟିଲ କଏଲ , ଛପର ସମେତ ଅନେକ ଯନ୍ତ୍ରପାତି ପୋଡି ସାରିଥିଲା । ଅଗ୍ନିକାଣ୍ଡରେ ଫ୍ୟାକ୍ଟେରିର ପ୍ରାୟ – ୪୮ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ଜଣା ପଡିଛି । Advertisement
ଖୁବ ଶୀଘ୍ର ଦୂର ହେବ କୋଇଲା ସଙ୍କଟ – କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଳଚେର – ସାରା ଦେଶରେ ଏବେ କୋଇଲା ସଙ୍କଟ ଦେଖା ଦେଲାଣି । ଆଉ ଏହାର ପରିସ୍ଥିତି ସୁଧାରିବା ପାଇଁ କୋଇଲା ଉତ୍ପାଦନ ଓ ପରିବହନର ଉନ୍ନତି…
ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫…
ନିର୍ବାଚନ ପାଇଁ ୬ ଜଣ ଅତିରିକ୍ତ ଏସ୍ପି, ୧୧ ଜଣ ଡି.ଏସ୍.ପି ସହ ବ୍ୟାପକ ପୁଲିସ ବ୍ୟବସ୍ଥା ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ୪ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି । ଏଠାରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ । ଏହାର ସୁରକ୍ଷା ପାଇଁ…