ଅପରାଧମୁଖ୍ୟ ଖବର ଚୋରା ମଦ ,ଡିଜେଲ ,ଗୁଟଖା ଚୋରା କାରବାରରେ ୫ ଗିରଫ Angul OnlineJanuary 20, 2021January 20, 2021 . ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ଠାରେ ବେଆଇନ ଡିଜେଲ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ସ୍ପେଶିଆଲ ସ୍କ୍ବାର୍ଡ ଓ ନିଶା ଶିଳ୍ପାଂଚଳ ପୋଲିସ ମଙ୍ଗଳବାର ସଂଧ୍ୟାରେ ଚଢାଉ କରି ବିପୁଳ ପରିମାଣର ଡିଜେଲ ଓ ଗୁଟଖା ଓ ବିଦେଶୀ ମଦ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ପିତାବଳି ଛକରେ ଚୋରା ଡିଜେଲ ବିକ୍ର ହେଉଥିବା ଖବର ପାଇ ଚଢାଉ କରିଥିଲେ । ଚଢାଉ ବେଳେ ପୋଲିସ ସେଠାରେ ୨ଟି ପିକଅପ ଗାଡି ଓ ଏକ କ୍ୟାମ୍ପର ଗାଡି ସହିତ ୧୦୫୦ ଲିଟର ଚୋରା ଡିଜେଲ ଜବତ କରିଥିଲା । ଏହା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ଉଦୟ କୁମାର ନାଥ ,ମନୋଜ କଅଁର ,ଧ୍ରୁବ ଚରଣ ପୃଷ୍ଟି ,ପିଙ୍କୁନ ପ୍ରଧାନ ଗିରଫ କରିଥିଲା । ଏହାପରେ ଗିରଫ ଉଦୟ ନାଥ ସାହୁଙ୍କର ପିତାବଳି ଛକରେ ଥିବା ଗ୍ରସରୀ ଦୋକାନ ଉପରେ ଚଢାଉ କରି ୫୦ ବସ୍ତା ଗୁଟଖା ଜବତ କରିଥିଲା । ଏ ନେଇ ଥାନା କେସ ନଂ୧୬/୨୦ରେ ଏକ ମାମଲା ରୁଜୁ କରିବା ସହିତ ୪ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ସେହିପରି ଉଦୟ କୁମାର ନାଥଙ୍କ ଭାଇ ପ୍ରଶାନ୍ତ ନାଥ ରହୁଥିବା ଭୁବନପୁର ଗାଁ ଘରେ ବିଦେଶୀ ମଦ ବେଆଇନ ଭାବେ ରଖି ବିକ୍ରି କରୁାଯାଉଥିବା ଖବର ପାଇ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉବେଳେ ୧୧୭୮ଟି ବିଭିନ୍ନ ପ୍ରକାରର ବିଦେଶି ମଦ ଜବତ କରାଯାଇଥିଲା । ଯାହାକି ୩୩୫ ଲିଟରରୁ ଅଧିକ ହେବ ବୋଲି ଜଣାପଡିଛି । ଏନେଇ ନିଶା ଶିଳ୍ପାଂଚଳ ଥାନା କେସ ନଂ୧୫/୨୧ରେ ଏକ ମାମଲା ରୁଜୁ କରାଯାଇ ପ୍ରଶାନ୍ତ କୁମାର ନାଥ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରାଯାଇଛି । ତେବେ ଥାନା ଠାରୁ ମାତ୍ର ୩ କିମି ବ୍ୟବଧାନରେ ଏତେ ପରିମାଣର ଚୋରା ମଦ , ଗୁଟଖା ଏବଂ ଡିଜେଲ ବିକ୍ରି ହେଉଥିବା ସତ୍ବେ ପୋଲିସ କିଭଳି ଆଜିଯାଏ ଟେର ପାଉ ନଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । Advertisement
ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ ତାଳଚେର – ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି…
ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ…
ଛାତ୍ରଙ୍କୁ ଛାତ୍ରୀଙ୍କ ଚାପୁଡ଼ା ମାଡ଼ – ଭିଡ଼ିଓ ଭାଇରାଲ ଅନୁଗୋଳ – ଜଣେ ଛାତ୍ରୀଙ୍କ ଛାତ୍ରଙ୍କୁ ମାଡ଼ । ବିଚ ରାସ୍ତାରେ ଏଭଳି ମାଡ ମାରିବାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।…