ରାଜନୀତି ଚତୁର୍ଥ ଥର ପାଇଁ ରାଜୀବ ଛାତ୍ର ବିଜେଡି ସଭାପତି Angul OnlineAugust 23, 2022August 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ ତାଙ୍କ ଉପରେ ଆସ୍ଥା ରାଖୀ ଏହି ଦାୟିତ୍ଵ ଦେଇଥିବା ବେଳେ ଏଥପାଇନ ସେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ , ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ , ସାଂସଦ ମହେଶ ସାହୁ , ସମ୍ବଲପୁର ଓ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଦଳର କାର୍ଯ୍ୟଶୈଳୀକୁ ଅନୁସରଣ କରି ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ରାଜୀବ କହିଛନ୍ତି । ସୂଚନା ଅନୁସାରେ ରାଜୀବ ୨୦୦୮ରୁ ୨୦୧୨ ଯାଏଁ ମ୍ୟୁନିସିପାଲଟିର ସଭାପତି , ୨୦୧୨ରୁ ଜିଲ୍ଲା ସଭାପତି , ୨ ଥର ସମିତି ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି । Advertisement
ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ ଅନୁଗୁଳ – ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା…
ଆଠମଲ୍ଲିକ ବିଜେଡିକୁ ବିଦ୍ରୋହ ଭୟ – ଦିଲେଶ୍ଵରଙ୍କ ଭରସାରେ ବିଜେପି ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ରାଜନୀତି ଏବେ ଜଟିଳ ପରିସ୍ଥିତିରେ । ନୀର୍ବାଚନ ମଣ୍ଡଳୀରେ ବିଜେଡି ଫାଳ ଫାଳ ହୋଇ ରହିଥିବା ବେଳେ ବର୍ତ୍ତମାନ ଦଳରେ…
ତଥାଗତଙ୍କ ତେରଛା ବାଣ – ଫେରିବେ କି ରାଜନୀତି କୁ ? ଅନୁଗୁଳ – ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ରହିଛି । ଏହି ସମୟରେ ବରିଷ୍ଠ ନେତା ତଥାଗତ ଶତପଥିଙ୍କ ମନ୍ତବ୍ୟ ଆହୁରି ଉଷ୍ମତା ଭରି…