ଅପରାଧ ୮୫ ପେଟି ମଦ ଜବତ – ଜଣେ ଗିରଫ Angul OnlineJune 12, 2021June 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ପଞ୍ଚାୟତ ସ୍ଥିତ ପୁରୁଣା ମଦ କାଉଣ୍ଟର ନିକଟରୁ ୮୫ ପେଟି ବିଦେଶୀ ମଦ ଜବତ କରିଛି ବଅଁରପାଳ ପୂଲିସ । ଏହି ଜବତ ମଦ ଲକ୍ଷାଧିକ ଟଙ୍କାର ମୂଲ୍ୟ ବୋଲି ଜଣାପଡିଛି । କରୋନା ମହାମାରୀ ଚାଲିଥିବା ବେଳେ, ଚଢା ଦରରେ ବିକିବା ପାଇଁ ମହଜୁଦ କରି ରଖି ଚୋରାରେ ବିକ୍ରି କରିବା ଉଦ୍ୟେଶରେ ରଖିଥିବା ବେଳେ ସୂଚନା ପାଇ ପୁଲିସ ଚଢାଉ କରିବା ସହ ଏହି ମଦ ଜବତ କରିଛି । ସୂଚନା ଅନୁସାରେ ବଅଁରପାଳ ପୁଲିସ , ନୂଆହତା ଗ୍ରାମର ଜଣେ ବ୍ୟକ୍ତି ଚୋରା ମଦ କାରବାର କରୁଥିବା ଖବର ପାଇଥିଲେ । ଥାନା ଅଧିକାରୀ ନରେଶ ସାହୁ ସଦଳବଳେ ନୂଆହତା ଗ୍ରାମର ଗଣେଶ ସାହୁଙ୍କ ଘରେ ଆତର୍କିତ ଚଢ଼ାଉ କରିଥିଲେ । ସେଠାରୁ ୭୪୦ ଲିଟର ବିଦେଶୀ ମଦ ଜବତ କରିବା ସହ ମହଜୁଦ ରଖିଥିବା ନୂଆହତା ଗ୍ରାମର ଗଣେଶ ସାହୁଙ୍କୁ ପୁଲିସ ଗିରଫ କରିଥିଲା । ଏତେ ପରିମାଣର ମଦ କେବେ ପୁର୍ବରୁ ଜବତ ହୋଇନଥିବା ଜଣାପଡିଛି । ଏକକାଳୀନ ୭୪୦ ଲିଟର ମଦ ଜବତ ହେବା ବଅଁରପାଳ ଥାନାରେ ପ୍ରଥମ ଘଟଣା । ଏ ନେଇ ବଅଁରପାଳ ଥାନା ପକ୍ଷରୁ ୧୮୪/୨୧ ରେ ଏକ ମାମଲା ରୁଜୁ କରି ଗଣେଶକୁ କୋର୍ଟ ଚାଲାଣ କରାଯାଇଛି । Advertisement
ଚୋରି ମୋଟରସାଇକେଲ ଉଦ୍ଧାର – ଦୁଇ ଗିରଫ ଅନୁଗୁଳ -(AO) ଅନୁଗୁଳ ଗୁରୁବାର ହାଟରୁ ଗତକାଲି ଏକ ମୋଟରସାଇକେଲ ଚୋରି ହୋଇଥିବା ବେଳେ ଆଜି ଅନୁଗୁଳ ପୁଲିସ ମୋଟରସାଇକେଲ ଚୋରକୁ ଧରିବା ସହ ଚୋରି ମୋଟରସାଇକେଲ…
ଦୁଇ ହାତୀଦାନ୍ତ ଚୋରା ବେପାରୀ ଗିରଫ – ଜବତ ହେଲା ହାତୀ ଦାନ୍ତ ଅନୁଗୁଳ – ଅବୈଧ ବନ୍ୟଜୀବ ବ୍ୟବସାୟ ବିରୋଧରେ ଓଡ଼ିଶା ପୁଲିସର ସ୍ପେସିଆଲ ଟାସ୍କ ଫୋର୍ସ (STF) ଏକ ସଫଳତା ହାସଲ କରିଛି । ଶୁକ୍ରବାର ଅନୁଗୁଳ ଜିଲ୍ଲାରେ…
ଏ ଟି ଏମ୍ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିମକୁ କଟର ମେସିନରେ କାଟି ଟଙ୍କା ଲୁଟ ହୋଇଥିବା ଦେଖିବାକୁ…