ଛେଣ୍ଡିପଦା – ବନବିଭାଗର ଜୀବଉଦୟ ମିଶନରେ ଅନୁଗୁଳ ବନଖଣ୍ଡ ଜରପଡ଼ା ରେଞ୍ଜ୍ କତଡ଼ା ହରିଜନ ସାହି ସାହିରେ କିଛି ଘର ଉପରେ ବନ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଛି । ସୂଚନା ଅନୁସାରେ , ବିଶେଷ ସୂତ୍ରରୁ ଖବର ପାଇ ଆଜି ସକାଳ ସମୟରେ ଅନୁଗୋଳ ବନ ଖଣ୍ଡ ଏବଂ ଆଠମଲ୍ଲିକ ବନ ଖଣ୍ଡ ପକ୍ଷରୁ ମିଳିତ ଭାବେ ଅତର୍କିତ ଭାବେ କତଡ଼ା ହରିଜନ ସାହି ଓ ଅନ୍ତୁଳିଆ ଗାଁରେ ଚଢାଉ କରିଥିଲେ ।

ଚଢାଉ ବେଳେ ବନବିଭାଗ ଅନ୍ତୁଳିଆରୁ ଦେଶୀ ବନ୍ଧୁକ, ହରିଣ ଶିଙ୍ଗ, ତାର ସମେତ ବନ୍ୟ ଜନ୍ତୁ ଶିକାର ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିଲା ।ଏଥି ସହିତ କତଡା ଗାଁ ପିଣ୍ଟୁ ନାଏକଙ୍କ ଘର ତଲାସି କରାଯାଇଥିଲା ଏବଂ ତଲାସି କରିବା ସମୟରେ ବିଭିନ୍ନ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ଘର ଭିତରୁ ୨ଟି ଓଜନ ମାପ ତରାଜୁ , ବଟକରା , ପ୍ଲାଷ୍ଟିକ୍ ତାର ୫୦ ମିଟର, କ୍ଲଚ୍ ତାର, ୨କିଗ୍ରା ଜିଆଇ ତାର, ୨ଟି ପନୀଖି, ୨ଟି ଟାଙ୍ଗିଆ ,୧ଟି ହରିଣ ଶିଙ୍ଗ, ସିସା ୧୦୦ ଗ୍ରାମ, ୨ଟି ହେଡ ଟର୍ଚ୍ଚ , ୪ଟି ହାତ ତିଆରି ବିସ୍ଫୋରକ ବୋମା, ୧ଟି ଚେନ୍ ସହିତ କାଠ କଟା ମେସିନ ,୧୦ଗ୍ରାମ ଜିଙ୍କ ବାରୁଦ ଆଦି ଜବତ କରାଯାଇଛି ।
ଜବତ ପରେ ଜବତ ସାମଗ୍ରୀକୁ ବନବିଭାଗ ପକ୍ଷରୁ ଜରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣା ଯାଇଛି । କିଛି ଦିନ ତଳେ ଜରପଡା ରେଞ୍ଜରେ ଜଣେ ଜନ୍ତୁ ଶିକାରୀକୁ ଗିରଫ କରିବା ସହିତ ହାତ ବୋମା ଓ ବନ୍ଧୁକ ମଧ୍ୟ ଜବତ କରିଥିଲେ । ଏହି ଚଢ଼ାଉରେ ଅନୁଗୁଳ ଏସିଏଫ ରାହୁଲ , ଏସିଏଫ୍, ଆଠମଲିକ ସଚିଦାନନ୍ଦ ସେଠିଙ୍କ ନେତୃତ୍ୱରେ ଜରପଡା ରେଞ୍ଜର ମାଧବ ଚନ୍ଦ୍ର ନାୟକ ହଣ୍ଡପା ରେଞ୍ଜର ନରେନ୍ଦ୍ର କୁମାର ଗୋମଙ୍ଗା, ଫରେଷ୍ଟର ବସନ୍ତ ଗଡ଼ନାୟକ, ରୀତାଣୀ ସେଠୀ, ଫରେଷ୍ଟର ଗାର୍ଡ ଲିଜାରାଣୀ ମାଝୀ,ଫରେଷ୍ଟ ଗାର୍ଡ ନିତ୍ୟାନନ୍ଦ ଖେଟି, ଶ୍ଗଣେଶ ସାହୁ, ହାତୀ ସକୱାର୍ଡ ଶ୍ରୀପ୍ରତି ପ୍ରଧାନଙ୍କ ସମେତ ଏବଂ ଜରପଡା ରେଞ୍ଜର ଗଜାମିତ୍ର ଏବଂ ଆଠମଲ୍ଲିକ ବନଖଣ୍ଡର କର୍ମଚାରୀ ମାନେ ସାମିଲ ହୋଇଥିଲେ ।

