ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହିଙ୍ଗୁଳା ଯାତ୍ରାରେ ଅଘଟଣ । ଡ୍ରାଗନ ଦୋଳି ଛିଣ୍ଡି ଚାରି ଜଣ ଗୁରୁତର ହୋଇଥିବା ଜଣାପଡିଛି ।

ଡ୍ରାଗନ ଦୋଳି ଖେଳୁଥିବା ସମୟରେ ହଠାତ ଦୋଳିଟି ମଝିରୁ ଛିଡି ଛଅ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ସେହି ବଗିରେ ବସିଥିବା ଚାରିଜଣ ଗୁରୁତର ଆହତ ହୋଇଥିଲେ । ଦୋଳିରେ ସମୁଦାୟ ୨୦ ଜଣ ରହିଥିବା ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ସମସ୍ତ ମହିଳା ତାଳଚେର ଓ ଜରପଡା ଅଞ୍ଚଳର ହୋଇଥିବା ଜଣାପଡିଛି ।ତେବେ ଦୋଳିଟି ବହୁ ପୁରୁଣା ହୋଇଥିବା ବେଳେ ଏହାର ବିଭିନ୍ନ ଯନ୍ତ୍ରାଂଶ ସଠିକ ନଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୁଲିସ ପହଁଚି ଦୋଳିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

