ଆଞ୍ଚଳିକ ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! Angul OnlineJune 9, 2022June 9, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା ପଡି ରହିଛି । ଗୋଡ଼ ଶୁଣ୍ଢ ହଲାଉ ଥିବା ବେଳେ ପଡି ରହିଥିବାରୁ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀର ସ୍ୱାସ୍ଥ୍ୟ ଅବସ୍ଥା ପରଖି ଦେଖିଛି । ହାତୀ ଦେହରେ କୌଣସି କ୍ଷତ ନଥିବା ବେଳେ କେଉଁଠାରୁ ମହୁଲ ପୋଚ ଖାଇ ଦେଇଥିବା ସନ୍ଦେହ କରୁଛି ବନ ବିଭାଗ । ପୋଚ ଖାଇ ନିଶାଗ୍ରସ୍ତ ହୋଇ ପଡି ରହିଥିବା ଅନୁମାନ କରା ଯାଉଛି । ହାତୀ ନିକଟରେ ବନ ବିଭାଗ ଓ ପଶୁ ଚିକିତ୍ସକ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନଜର ରଖିଛନ୍ତି । Advertisement
ରଥଯାତ୍ରାରେ ଜେଏସପି ଫାଉଣ୍ଡେସନ ଦ୍ବାରା ଭକ୍ତମାନଙ୍କୁ ବିଭିନ୍ନ ସେବା ପ୍ରଦାନ ଭୁବନେଶ୍ଵର – ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର…
ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା…
ମେଡ଼ିକାଲ କଲେଜର ପରିଚାଳନା ରାଜ୍ୟ ସରକାର ନିଅନ୍ତୁ – କାଳନ୍ଦୀ ତାଳଚେର – ଓଡ଼ିଶା ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମହାନଦୀ କୋଲ ଫିଇଲ୍ଡ(ଏମସିଏଲ) ଦ୍ୱାରା ପ୍ରତିଷ୍ଠିତ ସ୍ଥାନୀୟ ତାଳଚେର ମେଡ଼ିକାଲ…