ମୁଖ୍ୟ ଖବର ଜାତୀୟ ରାଜପଥ କାମ ପାଇଁ ନୂଆଁ ଠିକା ସଂସ୍ଥାକୁ ଅନୁମୋଦନ Angul OnlineJune 9, 2022June 9, 2022 ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା ଗାୟତ୍ରୀ କନ୍ଷ୍ଟ୍ରକସନ୍ ଦେବାଳିଆ ହୋଇଯିବା ପରେ କାମ ଅଟକି ରହିଥିଲା । ଏବେ ସବ୍-କଣ୍ଟ୍ରାକ୍ଟ୍ ଜରିଆରେ ଅନ୍ୟ ଠିକା ସଂସ୍ଥା ଦ୍ବାରା କାମ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲା । ସୂଚନା ଅନୁସାରେ, ମେସର୍ସ ସି ପି ଆରୋରା ଇଞ୍ଜିନିୟର୍ସ ନାମକ ସଂସ୍ଥା ଢେଙ୍କାନାଳ-ଅନୁଗୁଳ ପ୍ୟାକେଜ-୨ର ପ୍ରଶସ୍ତୀକରଣ କାମ ଅନୁମୋଦନ ପାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ଖୁବ ଶୀଘ୍ର ବନ୍ଦ ହୋଇ ରହିଥିବା ପ୍ରଶସ୍ତିକରଣ କାମ ଆରମ୍ଭ ହେବ ବୋଲି ଆଶା ରକ୍ଷା ଯାଇଛି । Advertisement
ଟ୍ରକ ଚାପାରେ ବାପ-ପୁଅ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି…
ସୁନ୍ଦରୀ ସବୁଦିନ ପାଇଁ କାଟିବା ବନ୍ଦୀ ଜୀବନ ଅନୁଗୁଳ – ବାଘର ଆନ୍ତରାଜ୍ୟ ସ୍ଥାନାନ୍ତରରେ ପ୍ରଥମ ଥର ପାଇଁ ପ୍ରୟାସ କେବଳ ବିଫଳତାରେ ଶେଷ ହୋଇନାହିଁ , ବରଂ ବର୍ତ୍ତମାନ ପଶୁ ଉପରେ ଏହାର ବେଶ…
ସିଙ୍ଗରେଣୀ ଖଣି ପାଇଁ ଗଛ କଟାକୁ ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ଗଛକଟା ଚାଲିଥିବା ବେଳେ ଥଳିପଶି ଓ କରଡବହାଳର ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ…