ଅପରାଧ ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ Angul OnlineJune 9, 2022June 9, 2022 ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିବା ବେଳେ ଫ୍ୟାକ୍ଟେରି ମାଲିକଙ୍କ ଅଭିଯୋଗ ପରେ ସାମ୍ବାଦିକଙ୍କୁ ଗିରଫ କରିଛି ତାଳଚେର କୋଲିୟରୀ ପୁଲିସ । ଗିରଫ ସାମ୍ବାଦିକ ଜଣଙ୍କ ତାଳଚେର ରେମୁଁଆ ଅଞ୍ଚଳର ବ୍ରଜବନ୍ଧୁ ବେହେରା । ସେ ନିଉଜ-୧୯ ନାମକ ଏକ ୱେବ ପୋର୍ଟାଲର ସାମ୍ବାଦିକ ବୋଲି ନିଜକୁ କହୁଥିବା ବେଳେ ତାଳଚେର ହାଣ୍ଡିଧୂଆଁ ଅଞ୍ଚଳରେ ସୁମନ୍ତ ବାରାଦ ନାମକ ଜଣେ ବ୍ୟକ୍ତିଙ୍କ ବ୍ରେଡ଼ ଫ୍ୟାକ୍ଟେରିକୁ ଯାଇ କିଛି ଚିତ୍ର ସଂଗ୍ରହ କରିଵା ପରେ ସୁମନ୍ତଙ୍କୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିଲେ ବୋଲି ପୁଲିସ କହିଛି । ତେବେ ସୁମନ୍ତ ଏ ନେଇ ତାଳଚେର କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଆଜି ବ୍ରଜବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଡକାୟତି ଯୋଜନା ବେଳେ କୁଖ୍ୟାତ ଅପରାଧୀ ତୋଫାନ ଓ ସୋମ୍ୟ ସମେତ ୫ ଧରାପଡ଼ିଲେ ଅନୁଗୁଳ – ଅନୁଗୁଳ ଅଞ୍ଚଳରେ ଡକାୟତି କରିବା ଉଦ୍ଦେଶ୍ୟରେ ଯୋଜନା କରୁଥିବା ବେଳେ ଏକ ଅପରାଧି ଗ୍ୟାଙ୍ଗକୁ ଅନୁଗୁଳ ପୁଲିସ ଧରିବାରେ ସଫଳ ହୋଇଛି ।ବିଳମ୍ବିତ ରାତିରେ…
ବାୟାମ ସାରି ଫେରୁଥିବା ବେଳେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ସେଠାରେ ଥିବା ଏକ ଜିମ୍ ରୁ ବାୟାମ କରି…
୨୦ ଗ୍ରାମ ବ୍ରାଉନସୁଗାର ସହ ୬ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ପୁଲିସକୁ ଆଜି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…