ଆଞ୍ଚଳିକ ମାଗଣା ହୃଦରୋଗ ପରୀକ୍ଷା Angul OnlineSeptember 29, 2022September 29, 2022 ତାଳଚେର – ତାଳଚେର ରୋଟାରି କ୍ଳବ ଓ ଆପୋଲୋ ହସ୍ପିଟାଲ ଆନୁକୂଲ୍ୟରେ ଆଇ ଟି ଆଇ ଛକ ସ୍ଥିତ ତାଳଚେର ଟ୍ରକ ମାଲିକ ସଙ୍ଘ ଠାରେ ଏକ ମାଗଣା ହାର୍ଟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ବିଷ୍ଣୁ ମୋହନ ରଥ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ଏଥିରେ ସଭାପତି RTN କିଶୋର ସାହୁ ସଭାପତିତ୍ବ କରିଥିଲେ. ସମ୍ପାଦକ RTN ମାନସ ରଞ୍ଜନ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଆପୋଲୋ ହସ୍ପିଟାଲ ର ବରିଷ୍ଠ ଡାକ୍ତର ଙ୍କ ଦ୍ୱାରା ଇସିଜି. ବିପି. ସୁଗାର ପ୍ରଭୁତି ପରୀକ୍ଷା କରାଯାଇଥିଲା । ଏହି ଶିବିର ରେ ୧୫୦ ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହି ଶିବିରରେ ତାଳଚେର ଟ୍ରକ ମାଲିକ ସଙ୍ଘ ସହଯୋଗ କରିଥିବା ବେଳେ ସଭାପତି ଦିଲ୍ଲୀପ ପାଣି. ସମ୍ପାଦକ ଫିରୋଜ ପ୍ରଧାନ ଓ ସମସ୍ତ ସଭ୍ୟ ମାନଙ୍କୁ ରୋଟାରି କ୍ଳବ ତରଫରୁ ଧନ୍ୟବାଦ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ RTN ବଜରଙ୍ଗ ଅଗ୍ରୱାଲ ଓ ବାପି ମହାନ୍ତି ଏହି ଶିବିର କୁ ଚୁଚାରୁ ରୂପେ ପରିଚାଳନା କରିଥିଲେ. ରୋଟାରି କ୍ଲବ ସମସ୍ତ ସଭ୍ୟ ମାନେ ଏଥିରେ ସହଯୋଗ କରିଥିଲେ । Advertisement
ସହି ପାରିଲା ନାହିଁ ମମତା – ଶିଶୁକୁ କୋଳେଇ ନେଲେ ହୋମଗାର୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ଟ୍ରାଫିକ ପୋଷ୍ଟ ପାଖରେ ଜଣେ ଅଜଣା ମହିଳା ଅଚେତ ଅବସ୍ଥାରେ ପଡିଥିଲେ । ପାଖରେ ଥିଲେ ଦୁଇଟି ୩-୪…
ଗୃହ ଟିକସ ବୃଦ୍ଧି ନିଷ୍ପତିର ପୁନଃବିଚାର ଓ ଅଳିଆ ପାଇଁ ବ୍ୟବହାରିକ କର ପ୍ରତ୍ୟାହାର ଦାବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଦର୍ଶାଇବା ସହ ଏହି…
ଓକିଲ ସଂଘର ନୂତନ କର୍ମକର୍ତା ଚୟନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘର ନୁତନ କର୍ମକର୍ତା ଚୟନ ହୋଇଯାଇଛି । ଆଇନଜୀବୀ ଲକ୍ଷ୍ମୀଧର ପ୍ରଧାନଙ୍କ ଅଧକ୍ଷତାରେ ସୋମବାର ଛେଣ୍ଡିପଦା ବାର ଆସୋସିଏସନ…