ଆଞ୍ଚଳିକ ମାଗଣା ହୃଦରୋଗ ପରୀକ୍ଷା Angul OnlineSeptember 29, 2022September 29, 2022 ତାଳଚେର – ତାଳଚେର ରୋଟାରି କ୍ଳବ ଓ ଆପୋଲୋ ହସ୍ପିଟାଲ ଆନୁକୂଲ୍ୟରେ ଆଇ ଟି ଆଇ ଛକ ସ୍ଥିତ ତାଳଚେର ଟ୍ରକ ମାଲିକ ସଙ୍ଘ ଠାରେ ଏକ ମାଗଣା ହାର୍ଟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରକୁ ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ବିଷ୍ଣୁ ମୋହନ ରଥ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ଏଥିରେ ସଭାପତି RTN କିଶୋର ସାହୁ ସଭାପତିତ୍ବ କରିଥିଲେ. ସମ୍ପାଦକ RTN ମାନସ ରଞ୍ଜନ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଆପୋଲୋ ହସ୍ପିଟାଲ ର ବରିଷ୍ଠ ଡାକ୍ତର ଙ୍କ ଦ୍ୱାରା ଇସିଜି. ବିପି. ସୁଗାର ପ୍ରଭୁତି ପରୀକ୍ଷା କରାଯାଇଥିଲା । ଏହି ଶିବିର ରେ ୧୫୦ ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହି ଶିବିରରେ ତାଳଚେର ଟ୍ରକ ମାଲିକ ସଙ୍ଘ ସହଯୋଗ କରିଥିବା ବେଳେ ସଭାପତି ଦିଲ୍ଲୀପ ପାଣି. ସମ୍ପାଦକ ଫିରୋଜ ପ୍ରଧାନ ଓ ସମସ୍ତ ସଭ୍ୟ ମାନଙ୍କୁ ରୋଟାରି କ୍ଳବ ତରଫରୁ ଧନ୍ୟବାଦ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ RTN ବଜରଙ୍ଗ ଅଗ୍ରୱାଲ ଓ ବାପି ମହାନ୍ତି ଏହି ଶିବିର କୁ ଚୁଚାରୁ ରୂପେ ପରିଚାଳନା କରିଥିଲେ. ରୋଟାରି କ୍ଲବ ସମସ୍ତ ସଭ୍ୟ ମାନେ ଏଥିରେ ସହଯୋଗ କରିଥିଲେ । Advertisement
ଯୁବ ଫଟୋ ଗ୍ରାଫର ମାନଙ୍କୁ ନେଇ ଗଠିତ ହେଲା ଜିଲ୍ଲା ଫଟୋ ଗ୍ରାଫର କ୍ଲବ୍ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଯୁବ ଫଟୋଗ୍ରାଫର ମାନଙ୍କୁ ନେଇ ଜିଲ୍ଲାରେ ନୂଆ କରି ଗଠନ ହେଲା ଅନୁଗୁଳ ଜିଲ୍ଲା ଫଟୋ ଗ୍ରାଫର କ୍ଲବ୍ । ଏନେଇ…
ଗାଡ଼ି ଧକ୍କାରେ ଭାଲୁ ମୃତ ଆଠମଲ୍ଲିକ – ଅନଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆମ୍ବପାଳ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ରାସ୍ତା ଅତିକ୍ରମ କରୁଥିବା ଏକ ଭାଲୁର ମୃତ୍ୟୁ…
ମେଡ଼ିକାଲ କଲେଜରେ ସିଟ୍ ଅନୁମୋଦନ – ସରକାରଙ୍କୁ ଧନ୍ୟବାଦ ଜଣାଇଲେ ସ୍ବେଛାସେବୀ ଅନୁଗୁଳ – ତାଳଚେର ମେଡିକାଲ କଲେଜ୍ କୁ ବିଧିବଦ୍ଧ ଅନୁମୋଦନ ମିଳିଥିବାରୁ ଅନୁଗୁଳ ସ୍ବେଛାସେବୀ ମାନଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଅନୁଗୁଳ…