ମୁଖ୍ୟ ଖବର ନର୍ସିଂ କଲେଜର ହଷ୍ଟେଲ୍ ରେ ଫାଟିଲା ଗ୍ଯାସ ଟାଙ୍କି Angul OnlineSeptember 11, 2024September 11, 2024 ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରିନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁସାରେ , ଇନ୍ଦ୍ରହରି ନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଆଜି ଦିନ ଦ୍ବିପ୍ରହର ବେଳେ ରୋଷେଇ କରୁଥିବା ବେଳେ ଗୋଟିଏ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଥିଲା । ଯାହା ଫଳରେ ହଷ୍ଟେଲରେ ଥିବା ସମସ୍ତ ଷ୍ଟାପ ବାହାରକୁ ପଳାଇ ଯାଇ ଅନୁଗୁଳ ଦମକଳ ବାହିନୀ ଖବର ଦେଇଥିଲେ । ସେଇ ସମୟରେ ଅନ୍ୟ ଏକ ଗ୍ୟାସ୍ ଟାଙ୍କି ଟି ବିସ୍ପୋରଣ ହୋଇଥିଲା । ଖବର ପାଇ ଦୁଇଟି ଦମକଳ ଗାଡି ପହଁଚି ନିଆଁକୁ ଆୟତ କରିବା ସହ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଥିଲେ। ଏହି ବିସ୍ପୋରଣ ରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ହଷ୍ଟେ ର ଦୁଇ ଲକ୍ଷ ରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣା ପଡ଼ିଛି । Advertisement
ଖଣି ଅଞ୍ଚଳରୁ ଦାରୁ ଚିହ୍ନଟ ହୋଇ ଗଲା ସୁନ୍ଦରକଲି ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ…
ଦୁର୍ଘଟଣାରେ ଆହତ ଅଧ୍ୟାପକଙ୍କ ମୃତ୍ୟୁ ପାଲଲହଡା – ଗତ ଶନିବାର ଦିନ ଗାଡି ଧକ୍କାରେ କଲେଜର ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ ଗୁରୁତର ହେଇଥିଲେ । ସୋମବାର ସକାଳେ ତାଙ୍କର ଭୁବନେଶ୍ୱର ଏକ…
ନବବିବାହିତା କିଶୋରୀକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଦୁର୍ଗାପୁର ଗ୍ରାମରୁ ଏକ ନବବାହିତା କିଶୋରୀଙ୍କୁ ଚାଇଲ୍ଡ ଲାଇନ ଅନୁଗୁଳ ଦ୍ଵାରା ଉଦ୍ଧାର କରାଇଯାଇଛି । କିଶୋରନଗର ବ୍ଲକର…