ମୁଖ୍ୟ ଖବର ନର୍ସିଂ କଲେଜର ହଷ୍ଟେଲ୍ ରେ ଫାଟିଲା ଗ୍ଯାସ ଟାଙ୍କି Angul OnlineSeptember 11, 2024September 11, 2024 ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରିନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁସାରେ , ଇନ୍ଦ୍ରହରି ନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଆଜି ଦିନ ଦ୍ବିପ୍ରହର ବେଳେ ରୋଷେଇ କରୁଥିବା ବେଳେ ଗୋଟିଏ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ହଠାତ୍ ନିଆଁ ଲାଗିଥିଲା । ଯାହା ଫଳରେ ହଷ୍ଟେଲରେ ଥିବା ସମସ୍ତ ଷ୍ଟାପ ବାହାରକୁ ପଳାଇ ଯାଇ ଅନୁଗୁଳ ଦମକଳ ବାହିନୀ ଖବର ଦେଇଥିଲେ । ସେଇ ସମୟରେ ଅନ୍ୟ ଏକ ଗ୍ୟାସ୍ ଟାଙ୍କି ଟି ବିସ୍ପୋରଣ ହୋଇଥିଲା । ଖବର ପାଇ ଦୁଇଟି ଦମକଳ ଗାଡି ପହଁଚି ନିଆଁକୁ ଆୟତ କରିବା ସହ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଥିଲେ। ଏହି ବିସ୍ପୋରଣ ରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ହଷ୍ଟେ ର ଦୁଇ ଲକ୍ଷ ରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣା ପଡ଼ିଛି । Advertisement
ବୋଇତ ବନ୍ଦାଣ ବେଳେ ଅଘଟଣ – କେନାଲରେ ଭାସି ଯାଇ ଯୁବକ ମୃତ ଅନୁଗୁଳ – ବୋଇତ ବନ୍ଦାଣ ବେଳେ ଅଘଟଣ । ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…
ପୋଖରୀରେ ବୁଡି ଦୁଇ ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁ ମଠ ପୋଖରୀରେ ବୁଡି ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଦୁଇଜଣ ହେଲେ…
ଯୋଗାଣ ନିରୀକ୍ଷକ ବବିଲତା ବେହେରା ଚାକିରୀରୁ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…