ମୁଖ୍ୟ ଖବର ମୋବାଇଲ ଫୋନ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା Angul OnlineAugust 6, 2021August 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ମୋବାଇଲ ଫୋନକୁ ନେଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବି-୪୯୦ରେ ରହୁଥିବା ସ୍ମେଲଟର ପ୍ଲାଣ୍ଟରେ କାର୍ଯ୍ୟରତ ଆସିଷ୍ଟାଣ୍ଡ ମ୍ୟାନେଜର ଗୌରାଙ୍ଗ ଚରଣ ପାତ୍ରଙ୍କ ୧୫ବର୍ଷର ସାନ ଝିଅ ଘର ଭିତରେ ଫ୍ୟାନରେ ନିଜ ଓଢଣା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ନାବାଳିକା ଜଣଙ୍କ ଆଜି ଖାଇ ସାରିବା ପରେ ଘର ଭିତରେ ଥିଲେ । ପରିବାର ଲୋକ ଯେତେ ଡାକିଲେ ସେ ନ ଶୁଣିବାରୁ ନାଲକୋ ସୁରକ୍ଷାକର୍ମୀଙ୍କୁ ସୂଚନା ଦେଇଥିଲେ । ସୁରକ୍ଷାକର୍ମୀ ଆସିବା ପରେ କବାଟ ଭାଙ୍ଗି ଘର ଭିତରକୁ ଯିବା ପରେ ନାବାଳିକା ଜଣଙ୍କ ନିଜ ଓଢଣି ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଥିବା ଦେଖା ଯାଇଥିଲା । ତାଙ୍କୁ ସେଠାରୁ ଉଦ୍ଧାର କରି ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନାଲକୋ ଥାନା ପୁଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ମୋବାଇଲ ଫୋନକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ମା ଆସି ଉଭୟଙ୍କୁ ଗାଳି କରିଥିଲେ । ହେଲେ ନାବାଳିକା ଜଣଙ୍କ ଭାଇର ପକ୍ଷ ରଖୁଛୁ ବୋଲି ମାଙ୍କୁ ଅଭିଯୋଗ କରିଥିଲେ । ପରେ ଝିଅ ଘର ଭିତରକୁ ଯାଇ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । Advertisement
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଘଟଣା – ଥାନାରେ ଅଭିଯୋଗ , ସେପଟେ ମୂର୍ତ୍ତିରେ ସୁଧାର ଆଣିଲା ପ୍ରଶାସନ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ , ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ମାଆ ମାଳତୀ ଚୌଧୁରୀଙ୍କୁ ଅସମ୍ମାନ ପ୍ରତିବାଦରେ ଅନୁଗୋଳର ଆଇନଜୀବୀ ରଞ୍ଜନ ପାତ୍ର…
ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ – ଅବସର ଦିନ ଗିରଫ ହେଲେ ବାବୂ ଅନୁଗୁଳ – ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଆଜି ନେଇଥାନ୍ତେ ଅବସର । ଅଫିସରେ ସହକର୍ମୀ ଫୁଲ ମାଳ ପିନ୍ଧାଇ…
ତହସିଲ ଅଫିସର କନିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ…