ରାଜନୀତି ହେଭିୱେଟ ଓ ଷ୍ଟାର ପ୍ରଚାରକ ଆସିବେ ଅନୁଗୁଳ ପ୍ରଚାର ପାଇଁ Angul OnlineMay 12, 2024May 12, 2024 ଅନୁଗୁଳ – ଅନୁଗୁଳ ଜିଲାର ୫ ବିଧାନସଭା ଆସନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ହାତରେ ଆଉ ମାତ୍ର ଦିନ କେଇଟା ଥିବାରୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ସେହିପରି ଢେଙ୍କାନାଳ ଓ ସମ୍ବଲପୁର ଏମ୍ପି ପ୍ରାର୍ଥୀ ମଧ୍ୟ ଭୋଟ ଭିକ୍ଷା କରିବାକୁ ପଞ୍ଚାୟତ ଗସ୍ତ ଆରମ୍ଭ କରିଛନ୍ତି । ତେବେ ଦଳକୁ ବଳ ଯୋଗାଇବାକୁ ଏବଂ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବାକୁ ଖୁବ୍ଶୀଘ୍ର ଷ୍ଟାର ପ୍ରଚାରକ ଓ ହେଭିଓ୍ବେଟ୍ମାନେ ଅନୁଗୁଳ ଗସ୍ତରେ ଆସିବେ । ଆସନ୍ତା ୧୩ ତାରିଖରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଜିଲା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି । ସେହିଭଳି ୧୭ ତାରିଖରେ ମଧ୍ୟ ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର ସମ୍ଭାବନା ରହିଛି । ଏଥିସହ ସ୍ମୃତି ଇରାନି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖଙ୍କ ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି କଂଗ୍ରେସ ମଧ୍ୟ କେନ୍ଦ୍ରର ଷ୍ଟାର ପ୍ରଚାରକଙ୍କୁ ଅନୁଗୁଳ ଆସି ପ୍ରଚାର କରିବାକୁ ନିବେଦନ କରିଥିବା ସୂଚନା ମିଳିଛି । ୧୩ ତାରିଖରେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଅନୁଗୁଳ ଜିଲା ଗ୍ରସ୍ତରେ ଆସୁଛନ୍ତି । ସେ ପ୍ରଥମେ ପାଲଲହଡ଼ା ନିର୍ବାଚନମଣ୍ଡଳୀର ରେଙ୍ଗାଳିରେ ରୋଡ୍ ଶୋ କରିବା ପରେ ତାଳଚେରରେ ରୋଡ୍ ଶୋ କରିବେ । ପରେ ଅପରାହ୍ନରେ ଅନୁଗୁଳ ଆସି ସନ୍ଧ୍ୟାରେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ତାରିଖରେ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ସାଧାରଣ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରିବେ। ଉକ୍ତ ଦିନ ଆଠମଲ୍ଲିକ ଯାଇ ସେଠାରେ ମଧ୍ୟ ସାଧାରଣ ସଭାରେ ଯୋଗଦେବେ । ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୁଳ ଗ୍ରସ୍ତରେ ଆସିପାରନ୍ତି ବୋଲି ଭାଜପା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି । ଏଥିସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନିଙ୍କ ଭଳି କେନ୍ଦ୍ରର ଷ୍ଟାର କ୍ୟାମ୍ପେନର ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର ଓ ପାଲଲହଡ଼ା ଆଦି ଅଞ୍ଚଳକୁ ଆସିବାର କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର କେଉଁ ନେତୃ ମଣ୍ଡଳୀ ନିର୍ବାଚନ ପ୍ରଚାରରେ ଆସିବେ ତାହା ସ୍ଥିର ହୋଇନାହିଁ । Advertisement
ଆଠମଲ୍ଲିକ ଓ ତାଳଚେରରେ ବିଜେଡ଼ି , ଅନୁଗୁଳରେ ବିଜେପି ହାତେଇଲା ଉପାଧ୍ୟକ୍ଷ ପଦବୀ ଅନୁଗୁଳ – ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ବିଜେପିର ଅନୁପମା ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁଙ୍କ…
ଦେଢ଼ ବର୍ଷର ରିପୋର୍ଟ କାର୍ଡ ଦେଲେ ବିଧାୟକ ପ୍ରତାପ ପ୍ରଧାନ ଅନୁଗୁଳ – ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ମିଶ୍ରପଡା ସ୍ଥିତ ନିଜ କାର୍ଯ୍ୟାଳୟରେଗତ ଦେଢ଼ ବର୍ଷରେ ତାଙ୍କ ନିର୍ବାଚନ ମଣ୍ଡଳୀରେ କି କି…
ଜାତୀୟ ରାଜପଥକୁ ଦୋଷ ଦେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛି ରାଜ୍ଯ – ଅଭିଯୋଗ କଲା ବିଜେପି ଅନୁଗୁଳ – ରାଜ୍ୟ ସରକାର ଅନୁଗୁଳ ଜିଲ୍ଲାର ବିକାଶ ତଥା ଗମନାଗମନର ସୁବିଧା ପ୍ରତି ଆଖି ବୁଜି ଦେଇଛନ୍ତି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ଅନେକ ପ୍ରକଳ୍ପ…