ଖେଳ ଓ ଖେଳାଳି ହେମସୁରପଡା କ୍ଲବ ଫୁଟବଲ – ଟାଇବ୍ରେକରରେ ମା ବୁଢ଼ୀ କ୍ଲବ ବିଜୟୀ Angul OnlineDecember 4, 2022December 4, 2022 ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ପଡ଼ିଆରେ ୧୧ତମ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆଜି ଉଦଘାଟିତ ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥ୍ ଭାବେ ପୌରାଧକ୍ଷ ଅକ୍ଷୟ ସାମନ୍ତ , ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ , ପରମାନନ୍ଦ ମିଶ୍ର , ଉଦ୍ୟୋଗୀ ସତ୍ୟାନନ୍ଦ ଦଳବେହେର , ବୃନ୍ଦାବନ ସ୍ବାଇଁ , କାଉନ୍ସିଲର ଉଷାରାଣୀ ସାମଲ , କ୍ରୀଡା ଅଧିକାରୀ ଅକ୍ଷୟ ସିଠ , ଆଇପିଇ ପ୍ରଶାନ୍ତ ସିହ୍ନା , ସୁଜିତ ଦ୍ବିବେଦୀ ପ୍ରମୁଖ ଯୋଗ ଦେଇଥିଲେ । ଉଦ୍ଘାଟନୀ ମ୍ୟାଚରେ ଅନୁଗୁଳର ମାବୁଢ଼ୀ କ୍ଲବ ଢେଙ୍କାନାଳ ଏମ୍ ଏଫ ସି ସି କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉଭୟଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିବା ବେଳେ ଶେଷରେ ଟାଇବ୍ରେକର ଜରିଆରେ ଫଳାଫଳ ହୋଇଥିଲା । ଟାଇବ୍ରେକର ଯୋଗେ ୭ – ୬ ଗୋଲରେ ଅନୁଗୁଳର ମା ବୁଢ଼ୀ କ୍ଲବ ବିଜୟ ହାସଲ କରିଥିଲା । ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବର କର୍ମକର୍ତା ଏହି ଟୁର୍ଣ୍ଣାମେଣ୍ଟର ପରିଚାଳନା କରିଥିଲେ । Advertisement
ଅନୁଗୁଳ କ୍ଲାସିକ୍ ବଡ଼ି ବିଲଡିଂ – ଭାଗ ନେଲେ ୧୧୯ ପ୍ରତିଯୋଗୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ପ୍ରତିଷ୍ଠାକୁ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ସଭାଘର ଠାରେ…
ଜେଏସପି ଭଲିବଲ୍ ଟୁର୍ନାମେଣ୍ଟ ୨୦୨୩ – ରୟାଲ୍ ଡାଇନାମୋସ୍ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଭଲିବଲ ଟୁର୍ନାମେଣ୍ଟ –…
ହକି ୱାର୍ଲଡ଼ କପର ପ୍ରଚାର ପ୍ରସାର ପାଇଁ ପ୍ରଶାସନର ଉଦ୍ୟମ ଅନୁଗୁଳ – ସାରା ଓଡ଼ିଶାରେ ଏବେ ହକି ଫିବର । ଓଡ଼ିଶାରେ ହେବାକୁ ଥିବା ପୁରୁଷ ୱାର୍ଲଡ଼ କପ ହକି ପାଇଁ ରାଜ୍ୟ ସରକାର ସବୁ ପ୍ରକାର…