ବାଣିଜ୍ୟ ହିରୋ କମ୍ପାନୀର ବ୍ଯାଟେରୀ ଚାଳିତ ସ୍କୁଟରର ବଜାର ପ୍ରବେଶ Angul OnlineJuly 17, 2024July 17, 2024 ଅନୁଗୁଳ – ଅନୁଗୁଳ ପାର୍ବତୀ ହିରୋରେ ହିରୋ କମ୍ପାନୀର ବ୍ଯାଟେରୀ ଚାଳିତ ସ୍କୁଟର VIDA (ଭିଡା) ଏବଂ 440 ଶିଶି ଇଞ୍ଜିନ ଥିବା ମୋଟରସାଇକେଲ “ମାଭରିକ”ର ବଜାର ପ୍ରବେଶ ହୋଇଛି । “ଭିଡା” ଭି 1 ପ୍ଲସ ଏବଂ “ଭିଡା” ଭି-1 ପ୍ରୋ ଦୁଇଟି ମଡ଼େଲର ବ୍ଯାଟେରୀ ଚାଳିତ ସ୍କୁଟର ହିରୋ କମ୍ପାନୀ ଦ୍ଵାରା ବିକ୍ରୟ ଆରମ୍ଭ ହୋଇଛି । ଏହି ବ୍ଯାଟେରୀ ଚାଳିତ ସ୍କୁଟରକୁ ଥରେ ଚାର୍ଜ କାଲେ ୧୧୦ କିମି ଡ଼ଓ ୧୬୫ କିମି ପର୍ଯ୍ୟନ୍ତ ଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହା ଯାଇଛି । ଗାଡି ଉପରେ ୫ ବର୍ଷ ୱାରେଣ୍ଟି ଥିବବା ବେଳେ ବ୍ଯାଟେରୀ ଉପରେ ୩ ବର୍ଷ ୱାରେଣ୍ଟି ରହିଛି । ସୁନ୍ଦର ଡିଜାଇନ ଓ ବିଭିନ୍ନ ରଙ୍ଗରେ ଏହି ବ୍ଯାଟେରୀ ଚାଳିତ ସ୍କୁଟର ଉପଲବଧ ଥିବା ବେଳେ ମାତ୍ର ୨୫୦୦୦ ଟଙ୍କା ଡାଉନପେମେଣ୍ଟ ସାଙ୍ଗକୁ ମାତ୍ର ୮.୯୯ %ସୁଧାର ସହଜ କିସ୍ତିର ବ୍ୟବସ୍ଥା ମଧ୍ୟ ରହିଛି । ସ୍କୁଟର ଗୁଡିକର ଦାମ ୯୫ ହଜାରରୁ ଆରମ୍ଭ ହେଉଥିବା ବେଳେ ସମସ୍ତ ରଙ୍ଗର ଗାଡି ବର୍ତ୍ତମାନ ସୋ ରୁମରେ ରହିଛି । ସେହିପରି ୪୪୦ ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ଥାଇ ମୋଟରସାଇକେଲ “ମାଭରିକ”ର ମଧ୍ୟ ବଜାର ପ୍ରବେଶ ହୋଇଛି । ୨,୧୪,୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ଏହି ମୋଟରସାଇକେଲ ମଧ୍ୟ ୩୫ ହଜାର ଟଙ୍କା ଡାଉନପେମେଣ୍ଟ ସହ ସହଜ କିସ୍ତିରେ ମିଳି ପାରିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଥିବା ଏହି ଗାଡି ଭଲ ଡିଜାଇନ ଆଉ ବିଭିନ୍ନ ରଙ୍ଗରେ ଉପଲବଧ ଥିବା ବେଳେ ଗ୍ରାହକଙ୍କ ଦ୍ଵାରା ବେଶ ଆଦୃତ ହେବାର ଲାଗିଛି । ପାର୍ବତୀ ହିରୋରେ ଆଜି ଏହି ବଜାର ପ୍ରବେଶ ବେଳେ ପାର୍ବତୀ ମୋଟରସର ଏମ ଡି ଅଶୋକ ମାଣ୍ଡୋଠିଆ , ହିରୋର ଓଡିଶା ଏରିଆ ମ୍ୟାନେଜର ଇଜ୍ଜ୍ଵଳ କୋହଲି , ହିରୋର ଟି ଏସ ଏମ ସୌରଭ ନନ୍ଦ ସମେତ ସମସ୍ତ ଷ୍ଟାଫ ଓ ଅନୁଗୁଳର ଅନେକ ଗ୍ରାହକ ଉପସ୍ଥିତ ଥିଲେ । Advertisement
ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧିଙ୍କ ଜେଏସ୍ପି ପ୍ଲାଣ୍ଟ ପରିଦର୍ଶନ ଭୁବନେଶ୍ୱର – ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ…
ଅନୁଗୁଳରେ ପ୍ରତିଷ୍ଠା ହେବ ନୂତନ ଏମଏସଏମଇ ପାର୍କ ଅନୁଗୁଳ – ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ…
ପବିତ୍ର ଧନତେରସ ଏବଂ ଦୀପାବଳିରେ ଲକ୍ଷ୍ମୀ ହୋଣ୍ଡା ତରଫରୁ Scratch & Win Offer ଅନୁଗୁଳ – Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ଧନତେରସ ଏବଂ ଦୀପାବଳି ଅବସରରେ scratch &…