ଅପରାଧ କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ Angul OnlineDecember 20, 2024December 20, 2024 ଅନୁଗୁଳ – ଜନ ଗହଳିପୂର୍ଣ୍ଣ ସ୍ଥାନରୁ କାରର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲାପାଳ ସମ୍ମୁଖରେ ଏହି ଘଟଣା ଘଟିଥିବା ବେଳେ କାରର ଝରକା କାଚ ଭାଙ୍ଗି ପୁରା ଏକ ଲକ୍ଷ ଟଙ୍କା କୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଜୁକୁବୁ ଗାଁର ସତ୍ୟବ୍ରତ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ସହ କାରରେ ଅନୁଗୁଳ ଆସିଥିଲେ । ସେ ଜାଗା ରେଜିଷ୍ଟ୍ରେସନ ପାଇଁ ପ୍ରଥମେ ପି ଏନ ବି ବ୍ୟାଙ୍କ ଯାଇ ପ୍ରାୟ ଏକ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ଥିଲେ । ୪୦ ହଜାର ଟଙ୍କା ପକେଟରେ ରଖିଥିବା ବେଳେ ବାକି ଏକ ଲକ୍ଷ ଟଙ୍କା କାରର ଡ୍ୟାସବୋର୍ଡ ରେ ରଖିଥିଲେ । ବ୍ୟାଙ୍କରୁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରେଜିଷ୍ଟ୍ରେସନ ଅଫିସ ଆସିଥିଲେ । ରାସ୍ତା କଡରେ ଗାଡି ରଖି ସେ ଅଫିସ ଭିତରକୁ ଯାଇ ଫେରିବା ପରେ ତାଙ୍କ କାରର କାଚ ଭଙ୍ଗା ଯାଇଥିବା ଦେଖି ପ୍ରଥମେ ଦେଖିଥିଲେ । ଡ୍ୟାସବୋର୍ଡ ଖୋଲି ଜାଞ୍ଚ କଲାପରେ ଟଙ୍କା ନଥିବା ଜାଣି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…
ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି । ସୂଚନା ଅନୁସାରେ ,…
ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି ।…