ଫାଶୀ ଦଣ୍ଡାଦେଶ ପାଇଥିବା ଦୁଇଜଣଙ୍କୁ ନିର୍ଦୋଷରେ ଖଲାସ କଲେ ହାଇକୋର୍ଟ

କଟକ – ତଳ କୋର୍ଟରେ ଫାଶୀ ଦଣ୍ଡାଦେଶ ପରେ ଏବେ ହାଇକୋର୍ଟଙ୍କ ନିର୍ଦେଶ ପରେ ନିର୍ଦୋଷରେ ଖଲାସ ।  ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ଙ୍କୁ ନିର୍ଦୋଷରେ ଖଲାସ କଲେ ମାନ୍ୟବର ହାଇକୋର୍ଟ । ଦୁଇ ଅଭିଯୁକ୍ତ ହେଲେ ପ୍ରକାଶ ବେହେରା ଓ ନନ୍ଦ କିଶୋର ସେଠି ।

ସୂଚନା ଅନୁସାରେ , ୨୦୧୭ ମସିହା ଅକ୍ଟୋବର ମାସ ୧୦ ତାରିଖରେ ଆଠମଲ୍ଲିକ କିଶୋରନଗର ଥାନା ଅଂଚଳରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରା ଯାଇଥିଲା । ବାପା ଓ ପୁଅଙ୍କୁ ଅପହରଣ ପରେ ହତ୍ୟା କରଯାଇଥିଲା ବେଳେ ମାଆଙ୍କୁ ତାଙ୍କ ଘରେ ହତ୍ୟା କରଯାଇଥିଲା । ଏନେଇ ସ୍ଥାନୀୟ ଥାନାରେ ମାମଲା ହୋଇଥିଲା । ପୁଲିସ ହତ୍ୟା ଅଭିଯୋଗରେପ୍ରକାଶ ବେହେରା ଓ ନନ୍ଦ କିଶୋର ସେଠିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୨୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଏହି ମାମଲାର ଶୁଣାଣି କରି ଆଠମଲ୍ଲିକ ଅତରିକ୍ତ ଜିଲ୍ଲା ଦୌରାଜଜ ଉଭୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ ଉଭୟ ଅଭିଯୁକ୍ତ । ତେବେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା । ଆଜି ରାୟ ପ୍ରକାଶ ପାଇବା ପରେ ଉଭୟ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ଉପଯୁକ୍ତ ପ୍ରମାଣ ଓ ସାକ୍ଷ୍ୟ ନଥିବା ଯୋଗୁଁ ଉଭୟଙ୍କୁ ନିର୍ଦୋଷରେ ମାନ୍ୟବର ହାଇକୋର୍ଟ ଖଲାସ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *