ମୁଖ୍ୟ ଖବର ରାସ୍ତା ଉପରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା, ଶଳା-ଭିଣୋଇ ହାତାହାତି Angul OnlineJanuary 25, 2024January 25, 2024 ଅନୁଗୁଳ – ବଜାର ଉପରେ ସ୍ତ୍ରୀ ସହ ସ୍ବାମୀଙ୍କ ଝଗଡା । କେବେଳ ସ୍ୱାମୀ-ସ୍ତ୍ରୀ ଝଗଡା ନୁହେଁ ନିଜ ଶଳା ସହ ହାତାହାତି । ପ୍ରାୟ ଅଧାଘଣ୍ଟା ଧରି ରାସ୍ତା ଉପରେ ହାଇଡ୍ରାମା । ରାସ୍ତାରେ ଯାଉଥିବା ଲୋକ ଘଡ଼ିଏ ଅଟକି ଏହି ପାରିବାରିକ ଝଗଡାର ମଜା ଉଠେଇଲେ । ଏଭଳି ଘଟଣା ଆଜି ଅନୁଗୁଳ ସହର ବୁଢ଼ୀ ଠାକୁରାଣୀ ଛକରେ ଘଟିଥିଲା । ସୂଚନା ଅନୁସାରେ ଢେଙ୍କାନାଳର ଜଣେ ଯୁବକ ଅନୁଗୁଳ ଜିଲ୍ଲାରେ ବିବାହ କରିଛନ୍ତି । ତେବେ ବିବାହ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ସାଙ୍ଗକୁ ଝଗଡା ଲାଗି ରହିଥିଲା । ଏଥିପାଇଁ ସ୍ତ୍ରୀ ସ୍ୱାମୀ ଘର ଛାଡ଼ି ଅନୁଗୁଳ ସହରରେ ନିଜ ଭାଇଙ୍କ ପାଖରେ ରହୁଥିଲେ । ଗୁରୁବାର ଅପରାହ୍ନରେ ମହିଳାଙ୍କ ସ୍ୱାମୀ ବୁଢ଼ୀ ଠାକୁରାଣୀ ଛକ ନିକଟରେ ଥିବା ବେଳେ ହଠାତ ମହିଳା ଜଣଙ୍କ ତାଙ୍କ ଭାଇଙ୍କ ସହ ସେଠାରେ ପହଞ୍ଚି ସ୍ବାମୀଙ୍କ ସହ ଝଗଡା ଆରମ୍ଭ କରି ଦେଇଥିଲେ । ଉଭୟ ମଧ୍ୟରେ ବଡ଼ ପାଟିରେ ଝଗଡା ଲାଗି ରହିଥିବା ବେଳେ ସେଠାରେ ଥିବା ଲୋକ ଓ ବାଟରେ ଯିବାଆସିବା କରୁଥିବା ଲୋକ ଦେଖଣାହାରୀ ସାଜିଥିଲେ । ଝଗଡା ଏତେ ବଢି ଯାଇଥିଲା ଯେ ସ୍ୱାମୀ ସ୍ତ୍ରୀ ଝଗଡା ବେଳେ ଶାଳକ ସହ ମଧ୍ୟ ହାତାହାତି ପରିସ୍ଥିତି ଉପୁଜିଥିଲା । ପ୍ରାୟ ଅଧା ଘଣ୍ଟା ଧରି ଏଭଳି ପରିସ୍ଥିତି ଥିଲା । ପରେ ସ୍ବାମୀ ସେଠାରୁ ପଳାଇଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । Advertisement
ପାଣିରେ ଦୁଇ କିଲୋମିଟର ଭାସିଗଲେ ଯୁବକ – ଉଦ୍ଧାର କଲେ ଗ୍ରାମବାସୀ ଅନୁଗୁଳ – ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ଯୁବକ।ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ…
ଜି.ଏମ୍.ଡି.ସି. ବିରୁଦ୍ଧରେ ଗର୍ଜିଲେ ଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଠାରେ ହେବାକୁ ଥିବା ଓପନ କାଷ୍ଟ୍ କୋଇଲା ଖଣିକୁ ଛେଣ୍ଡିପଦା ଅଞ୍ଚଳ ବାସୀ ପ୍ରବଳ ବିରୋଧ କରିଛନ୍ତି । କିଛି…
ଟ୍ରାଫିକ ଇନସ୍ପେକ୍ଟରଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ ଅନୁଗୁଳ – ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର । ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କ ନିକଟରୁ ୨୪ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । କାରରେ…