ଅପରାଧ ଡାକ୍ତରଙ୍କଠାରୁ କୋଟିଏ ଟଙ୍କା ଠକିଥିବା ହୀରକ ଗିରଫ Angul OnlineJuly 23, 2022July 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ ବଡ଼ ଡାକ୍ତର କରାଇବା ଆଶାରେ ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ଥାନା ଶିଲିପୁର ଗାଁର କ୍ୟାରିୟର କନ୍ସଲ୍ଟାଣ୍ଟ ହୀରକ କୁମାର ପରିଡ଼ା ଏହି ଠକେଇ କରିଥିବା ଡାକ୍ତର ବଳ ଅଭିଯୋଗ କରିଛନ୍ତି । ଥରଥର ସେ ତାଙ୍କଠାରୁ କୋଟିଏ ଟଙ୍କା ନେଇଥିବା ବେଳେ ଟଙ୍କା ଫେରସ୍ତ ନ ହେବାରୁ ଦୀର୍ଘ ୫ବର୍ଷ ପରେ ଡାକ୍ତର ଶ୍ରୀ ବଳ ଏତଲା ଦେଇଥିଲେ । ଏହି ଘଟଣାରେ ଆଜି ପୁଲିସ ହୀରକ କୁମାର ପରିଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ସୁନାମଧନ୍ୟ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ତାଙ୍କ ପୁଅର ଉଚ୍ଚ ଶିକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ଥାନା ଶିଲିପୁର ଗାଁର କ୍ୟାରିୟର କନ୍ସଲ୍ଟାଣ୍ଟ ହୀରକ କୁମାର ପରିଡ଼ାଙ୍କୁ କୋଟିଏ ଟଙ୍କା ଦେଇଥିଲେ । ତେବେ ଟଙ୍କା ନେବା ପରେ ମଧ୍ୟ ହୀରକ ଦେଶର ଏକ ଖ୍ୟାତନାମ କଲେଜରେ ଡାକ୍ତରଙ୍କ ପୁଅ ଦେବୀ ପ୍ରସନ୍ନ ବଳଙ୍କ ନାମ ଲେଖାଇ ପରି ନଥିଲେ । ଏହାପରେ ଡାକ୍ତର ବଳ ତାଙ୍କ ଟଙ୍କା ଫେରାଇବାକୁ ଯେତେ କହିଥିଲେ ମଧ୍ୟ ହୀରକ ଟଙ୍କା ଫେରାଇ ନଥିଲେ । ଏଥିପାଇଁ ଡାକ୍ତର ବଳ ଅନୁଗୁଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଅନୁଗୁଳ ପୁଲିସ ଆଜି ହୀରକ କୁମାର ପରିଡାଙ୍କୁ ଗିରଫ କରିଛି । ହୀରକ ଟଙ୍କା ନେଇଥିବା କଥା ସ୍ଵୀକାର କରିଥିବା ସୂଚନା ମିଳିଛି । ତେବେ ଯେ କେବଳ ଡାକ୍ତର ବଳଙ୍କ ଠାରେ ସେ ଏଭଳି ଟଙ୍କା ନେଇଛନ୍ତି ତା ନୁହେଁ । ଅନୁଗୁଳର ଶ୍ରୀନିବାସ ସାହୁ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ ଆଜି ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି ଯେ ୨୦୧୭ ମସିହାରେ ତାଙ୍କ ଝିଅର ପିଜି ଆଡମିସନ ପାଇଁ ହୀରକ ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇଥିବା ବେଳେ ଟଙ୍କା ଫେରାଉ ନାହାନ୍ତି । ପୁଲିସ ଉଭୟ ଅଭିଯୋଗ ଆଧାରରେ ଆଜି ହିରକଙ୍କୁ ୪୨୦ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ଠାରୁ ଏକ ମୋବାଇଲ ଏବଂ ଏକ ଲାପଟପ ମଧ୍ୟ ଜବତ କରା ଯାଇଛି । କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି । ତେବେ ପୁଲିସ ହିରାକଙ୍କ ଠାରୁ ଅଧିକ ତଥ୍ୟ ପାଇଁ ୨ ଦିନିଆ ରିମାଣ୍ଡ ଆବେଦନ କରିବା ବୋଲି ଜଣାପଡିଛି । Advertisement
ଉପହାର ପାଇବା ଲୋଭରେ ହରାଇଲେ ଲକ୍ଷେ ଟଙ୍କା ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର…
ଧାରଣା ଦେଇଥିବା ବୋହୂକୁ ରାତିଅଧିଆ ନିର୍ଧୁମ ମାଡ଼ ଅନୁଗୁଳ – ସ୍ତ୍ରୀର ହକ ପାଇବାକୁ ସ୍ୱାମୀ ଘର ଆଗରେ ଧାରଣା ଦେଇଥିଲା । ହେଲେ ରାତିରେ ଏକୁଟିଆ ପାଇ ନିର୍ଧୁମ ଛେଚିଲେ ସ୍ୱାମୀ , ଶଶୁର…
୪୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ଜିଲ୍ଳା ମଙ୍ଗଳ ଅଧିକାରିଣୀ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…