ବାଣିଜ୍ୟ ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ Angul OnlineAugust 27, 2022August 27, 2022 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଅନୁଗୁଳ ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ବହୁ ପ୍ରତିକ୍ଷିତସ୍କୁଟର ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ ହୋଇଛି । ହୋଣ୍ଡା କମ୍ପାନୀ ( ଜୋନାଲ ମ୍ୟାନେଜର ସେଲ୍) ରାଜେଶ ଚୌଧୁରୀ , ଏରିଆ ଇନଚାର୍ଜ ସେଲ୍ ଅମିତ କୁମାର ମହାପାତ୍ର ଏବଂ ଅଭିଷେକ ଉପାଧାୟଙ୍କ କରକମଳରେ ଏହି ବଜାର ପ୍ରବେଶ ହୋଇଥିଲା । ହୋଣ୍ଡା ଆକ୍ଟିଭା ପ୍ରିମିୟମ ଏକ ଆକର୍ଷଣୀୟ ଷ୍ଟାଇଲ ଏବଂ ଉନ୍ନତ ମାନର ମାଇଲେଜ ଦେଇଥାଏ । ଏହି ଗାଡି ୩ଟି ରଙ୍ଗରେ ଉପଲବ୍ଧ ଅଛି । ଏହି ଗାଡ଼ି ଗୋଲଡେନ ଫିନିସ ଷ୍ଟିଲ ଋଂ ସହିତ ବ୍ଲାକ କୋଟେଡ ଫ୍ରଣ୍ଟ ସସପେନସନ ଆଦି ଅତ୍ୟାଧୁନିକ ଗୁଣବତ୍ତାରେ ଭରପୁର ରହିଛି । ଏହାର ଏକ୍ସ ସୋ ରୁମ ମୂଲ୍ୟ ୭୮ ହଜାର ୫୨୩ ଟଙ୍କାରୁ ଆରମ୍ଭ ହେଉଛି । ପୁରୁଣା ଗାଡିକୁ ଏକ୍ସଚେଞ୍ଜ ଏବଂ ନୂଆ ଗାଡି କିଣିବାକୁ ଫାଇନାନ୍ସ ସୁବିଧା ରହିଛି । ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡ଼ି ସହିତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ ବୋଲି ହୋଣ୍ଡାର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି । ଏହି ବଜାର ପ୍ରବେଶ ଉତ୍ସବରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଉପସ୍ଥିତ ସମସ୍ତ ଗ୍ରାହକ ଓ ଅତିଥିଙ୍କୁ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । Advertisement
ପାର୍ବତୀ ହିରୋ ତରଫରୁ ରିହାତି ସହ ସ୍କ୍ରାଚ ଏଣ୍ଡ ୱିନ ଅଫର ଅନୁଗୁଳ – ପାର୍ବତୀ ହିରୋ ଅନୁଗୁଳ ତରଫରୁ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ଉପଲକ୍ଷେ ବିଭିନ୍ନ ଅଫର ଘୋଷଣା ହୋଇଛି । ପାର୍ବତୀ ମୋଟର୍ସ ସତ୍ଵାଧିକାରୀ ଅଶୋକ…
ସବୁଠୁ ବଡ ଏବଂ ବୋଲ୍ଡ଼େଷ୍ଟ ପଲସର ଏବେ ଅନୁଗୁଳ ବଜାରରେ ଅନୁଗୁଳ – ୨୦୦୧ ଠାରୁ ଆରମ୍ଭ ହୋଇଥିବା ବଜାଜ ପଲସର ମୋଟରସାଇକେଲ ସବୁବେଳେ ସବୁ କ୍ଷେତ୍ରରେ ଆଗରେ ରହିଆସିଛି । କାର୍ଯ୍ୟଦକ୍ଷତା, ଷ୍ଟାଇଲ , ବୈଶିଷ୍ଟ ,…
ଜେଏସପିଏଲ – ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା ଅନୁଗୁଳ – ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ସର୍ବାଧିକ ଜିଏସଟି ପ୍ରଦାନକାରୀ…