ଅନଲାଇନ ଏକ୍ସକ୍ଲୁସିଭସମସ୍ୟା ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ Angul OnlineMay 31, 2021May 31, 2021 ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା , ବିଭିନ୍ନ ଯନ୍ତ୍ରପାତି କିଣା ଯାଉଛି , ହେଲେ ଏବେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ କୂଢ କୂଢ ଅଳିଆ ପଡୁଥିବା ଦେଖିବାକୁ ମିଳୁଛି । ତେବେ ସଫେଇ ପାଇଁ ପୌରପାଳିକା ଅଧୀନରେ ରହିଥିବା ସଫେଇ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ମଧ୍ୟ ସହରର ଆବର୍ଜନା ଉଠି ପାରୁ ନଥିବା ଚର୍ଚ୍ଚା ହେଉଛି । କେତେବେଳେ ଅଳିଆ ଉଠା ଯାଉଛି ତ କେତେବେଳେ ଏହି ସଫେଇ କର୍ମଚାରୀ ମାନେ ଅଳିଆରେ ନିଆଁ ଲଗାଇ ଦେଉଛନ୍ତି । ତେବେ ଆଜି ଅନୁଗୁଳ ଅନଲାଇନ କ୍ୟାମେରାରେ ସଫେଇ କର୍ମଚାରୀଙ୍କ ଏଭଳି ଏକ କାରନାମା ଧରା ପଡିଛି । ସହରର ଥାନା ଛକ ପାଖରେ ଆଜି (ସୋମବାର) କିଛି ସଫେଇ କର୍ମଚାରୀ ଆବର୍ଜ୍ଜନା ବୁହା ଟ୍ରାକ୍ଟର ନେଇ ପହଞ୍ଚିଥିଲେ । ଛକ ନିକଟର ଥିବା ଭଲିବଲ ପଡିଆ ପାଚେରିକୁ ଲାଗି ଜାତୀୟ ରାଜପଥ କଡରେ କିଛି ଅଳିଆ ପଡିଥିଲା । ତେବେ ଉକ୍ତ ଅଳିଆକୁ ଟ୍ରାକ୍ଟରରେ ନେଇଯିବା ପରିବର୍ତ୍ତେ ଉକ୍ତ କର୍ମଚାରୀ ମାନେ ଝୁଡିରେ ଅଳିଆ ଉଠାଇ ପାଚେରି ପଛପଟକୁ (ଭଲିବଲ ପଡିଆ ପଟକୁ) ପକାଉଥିବା ଦେଖିବାକୁ ମିଳିଥିଲା । ଟ୍ରାକ୍ଟର ଥିଲେ ମଧ୍ୟ ଅଳିଆ ଆବର୍ଜ୍ଜନାକୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ସେହିଠାରେ ପକାଇବା କର୍ମଚାରୀଙ୍କ ଠକାମି ବୋଲି ସ୍ପଷ୍ଟ ହେଉଛି । ତେବେ ଏ ସମ୍ପର୍କରେ ଦାୟିତ୍ଵରେ ଥିବା ପୌରପାଳିକାର ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ଯୋଗାଯୋଗ ହୋଇ ପାରି ନଥିଲା । https://angulonline.com/odia/wp-content/uploads/2021/05/alia.mp4 Advertisement
ପ୍ଲାଷ୍ଟିକ ମୁକ୍ତ ଲକ୍ଷ୍ୟରେ ସାଥି – ତିଆରି କରୁଛନ୍ତି ଇକୋ ଇଟା ଅନୁଗୁଳ – ସାରା ବିଶ୍ବରେ ପ୍ରଦୂଷଣ ଏବେ ବଡ ସମସ୍ୟା ଭାବେ ଛିଡା ହୋଇଛି । କେଉଁଠି ବାୟୁ ପ୍ରଦୂଷଣ ତ ଆଉ କେଉଁଠି ଜଳ ପ୍ରଦୂଷଣ…
ଚର୍ଚ୍ଚାରେ ପୂର୍ଣ୍ଣେଛେଦ ଟାଣିଲେ ସଞ୍ଜୀବ – ଖୁବ ଶୀଘ୍ର ବସିବେ ନୂଆଁ ନାଆରେ ଅନୁଗୁଳ – ବିରମହାରାଜପୁର ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜେଡିରୁ ଇସ୍ତଫା ଦେବା ପରେ ଜିଲ୍ଲା ରାଜନୀତି…
କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା ‘ଅନୁଗୁଳ ବନସାଥୀ ଆପ‘…