ଅପରାଧ ପାନ ଦୋକାନରୁ ବିପୁଳ ମଦ ଜବତ Angul OnlineOctober 27, 2023October 27, 2023 ଅନୁଗୁଳ – ଅନୁଗୁଳ ସହର ମିଶ୍ରପଡାର ଏକ ପାନ ଦୋକାନରେ ପୁଲିସର ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ । ଏହା ସହ ଦୋକାନୀ ମୁକେଶ କୁମାର ପୋଦାରକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ସୁଚନା ଅନୁସାରେ ଦୁର୍ଗା ପୂଜା ଭଷାଣି ଦିନ ସନ୍ଧ୍ଯାରେ ସମସ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ମିଶ୍ରପଡାରେ ମଦ ବିକ୍ରୀ ହେଉଥିବା ଖବର ପୁଲିସକୁ ମିଳିଥିଲା । ତଦନ୍ତ କରିବା ପରେ ମିଶ୍ରପଡାର ଏକ ପାନ ଦୋକାନରେ ଏହି ବିଦେଶୀ ମଦ ମିଳୁଥିବା ଜାଣିବା ପରେ ପୁଲିସ ଚଢାଉ କରିଥିଲା । ଚାଢାଉ ବେଳେ ଦୋକାନ ପାଖରୁ ବିଭିନ୍ନ ବ୍ରାଣ୍ଡର ୩୭.୪୫ ଲିଟର ବିଦେଶୀ ମିଳିଥିଲା । ଅନୁଗୁଳ ପୁଲିସ ସମସ୍ତ ମଦ ଜବତ କରିବା ସହ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ମୁକେଶ କୁମାର ପୋଦାରକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଅନୁଗୁଳ ଥାନା ଅଧିକାରୀ ଧିରେଶ କୁମାର ଦାସ ସୁଚନା ଦେଇଛନ୍ତି । Advertisement
ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର…
ବଡ ଧରଣର ଗୋରୁ ଚାଲାଣ ରାକେଟ ଠାବ – ୧୩ ଗାଡି ଜବତ , ୩୧ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଗ୍ରାମ ଦେଇ ବେଆଇନ୍ ଗୋରୁ ଚାଲାଣ ସମୟରେ ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ ପୁଲିସ ଚଢ଼ାଉ କରି ଏକ…
ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ…