ଅପରାଧମୁଖ୍ୟ ଖବର ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ Angul OnlineJanuary 19, 2021January 19, 2021 ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ , ଚୋରା ଡିଜେଲ ଓ ଗୁଟଖା ଜବତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପିତାବଳୀ ଛକରେ ଥିବା ଏକ ରାସନ ଦୋକାନରେ ବିଦେଶୀ ମଦ , ଚୋରା ଡିଜେଲ ମିଳୁଥିବା ସୂଚନା ପାଇ ସ୍ପେସିଆଲ ସ୍କ୍ବାର୍ଡ ଚଢାଉ କରିଥିଲା । ଚଢାଉ ବେଳେ ଉକ୍ତ ରାସନ ଦୋକାନ ସମେତ ଏକ କେବିନ ଓ ଦୋକାନ ମାଲିକଙ୍କ ଘରୁ ୫୦ ପେଟିରୁ ଉର୍ଦ୍ଧ୍ବ ବିଦେଶୀ ମଦ ସହିତ ପ୍ରାୟ ୧୦୦୦ଲିଟରରୁ ଉର୍ଦ୍ଧ୍ବ ଚୋରା ଡିଜେଲ ଓ ବିପୁଳ ପରିମାଣର ଗୁଟଖା ଜବତ କରିଥିଲା । ଏହି ଚୋରା କାରବାରରେ ସଂପୃକ୍ତି ଥିବା ନେଇ ଦୁଇଜଣଙ୍କୁ ଅଟକ ରଖିବା ସହ ୩ ଟି ପିକଅପ ଭ୍ୟାନ ମଧ୍ୟ ଅଟକ ରଖିଛି ସ୍ପେସିଆଲ ସ୍କ୍ବାର୍ଡ । ଖବର ଲେଖା ହେବା ସୁଦ୍ଧା ସ୍ପେଶାଲ ସ୍କ୍ବାର୍ଡର ଚଢାଉ ଜାରି ରହିଛି । Advertisement
ବରିଷ୍ଠ ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା – ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର…
ଲିଙ୍କ ଦେଇ ବରିଷ୍ଠ କିରାଣୀଙ୍କ ଠାରୁ ଠକି ନେଲା ୧ ଲକ୍ଷ ୧୮ ହଜାର ଟଙ୍କା ଅନୁଗୋଳ – ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀ ସାଇବର ଠକାମୀର ଶିକାର ହୋଇଛନ୍ତି । ଦୁର୍ବୃତ୍ତ ମାନେ ଅତି ଚାଲାକିରେ ତାଙ୍କ ଆକାଉଣ୍ଟରୁ…
ଲୁହାରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ପିଟି ପିଟି…