ମୁଖ୍ୟ ଖବର ସରକାରୀକା ମାଲ , ଦରିଆ ମେ ଡାଲ !! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମିଳିଲା ପେଟି ପେଟି ଏକ୍କ୍ସପାରି ଔଷଧ Angul OnlineSeptember 20, 2021September 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଭଙ୍ଗା ବେଳେ ଏକ କ୍ଵାଟରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସରକାରୀ ଏକ୍ସପାରି ଔଷଧ ମିଳିଛି । ସମ୍ପୃକ୍ତ କ୍ଵାଟରଟି ଜଣେ ଅବସରପ୍ରାପ୍ତ ଫର୍ମାସିଷ୍ଟଙ୍କର ଥିଲା ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆଜି(ରବିବାର) ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ଵାଟର ପରିସରରେ ଥିବା ଏକ ସରକାରୀ କ୍ଵାଟର ଭଙ୍ଗା ଯାଉଥିଲା । ତେବେ ଏହି କ୍ଵାଟର ଭାଙ୍ଗିବା ବେଳେ ଭିତରୁ ଲକ୍ଷାଧିକ ଟଙ୍କାର ଶିଶୁ ମାନକ ପାଇଁ ଉଦ୍ଦିଷ୍ଟ ଆଇରନ , ଫଲିକ ଏସିଡ ଏବଂ ଭିଟାମିନ ମିଳିଥିଲା । ଯାହାକି ଅନେକ ଦିନୁ ଏକ୍ସପାରି ହୋଇ ସାରିଥିଲା । ଏତେ ପରିମାଣରେ ମେଡ଼ିସିନ କିଏ ଏବଂ କାହିଁକି ଏହି କ୍ଵାଟରରେ ଗଚ୍ଛିତ ରଖିଥିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଅନୁଗୁଳ ଜିଲ୍ଲା ସିକିଲସେଲ ଓ ହେମୋଫିଲିଆ ପ୍ରବଣ ଅଞ୍ଚଳ । ଜିଲ୍ଲାରେ ଅନେକ ଲୋକ ରକ୍ତହୀନତାର ଶିକାର ହୋଇଥାନ୍ତି । ଏଥିପାଇଁ ସରକାର ଆଇରନ , ଫଲିକ ଏସିଡ ଏବଂ ଭିଟାମିନ ମାଗଣା ବାଣ୍ଟିବା ପାଇଁ ଦେଇଥିଲେ । ତେବେ ଆଜି ଏତେ ପରିମାନନର ଏହି ସବୁ ମେଡ଼ିସିନ ମିଳିବା ପରେ ଏହି ସବୁ ଔଷଧ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସଠିକ ଭାବେ ବଣ୍ଟା ଯାଇ ନଥିବା ସ୍ପଷ୍ଟ ହୋଇଛି । ଆଉ ଜଣେ ଫାର୍ମାସିଷ୍ଟ ନିଜ ଘରେ ଏଭଳି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ଗଚ୍ଛିତ ରଖିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏତେ ପରିମାଣର ଔଷଧ ଲୋକଙ୍କୁ ଦିଆ ନଯାଇ କ’ଣ ପାଇଁ ଗଚ୍ଛିତ କରି ରଖା ଯାଇଥିଲା ତାହା ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । Advertisement
ଅଜଣା ଗାଡି ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଗଡିଆ ଦେଇ ଯାଇଥିବା ୧୫୩ ବି ଜାତୀୟ ରାଜପଥର ବାଗଡିଆ ବଡଯୋରା ନାଳ ନିକଟସ୍ଥ ମା ହିଙ୍ଗୁଳା ପିଠ ଠାରେ…
ଗୋଟିଏ ପଟେ ଦନ୍ତା ନେଲା ଜୀବନ ଅନ୍ୟପଟେ ଦନ୍ତାର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ନରହନ୍ତା ଦନ୍ତା ହାତୀର ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ନରହନ୍ତା ଦନ୍ତା ହାତୀ…
ତାଳଚେର ମେଡ଼ିକାଲ କଲେଜକୁ ଶୀଘ୍ର କାର୍ଯ୍ଯକ୍ଷମ କରିବା ଉପରେ ସରକାରଙ୍କ ପ୍ରାଥମିକତା ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଖୁବ୍…