ଅପରାଧ ସାମାନ୍ୟ ବଚସାରୁ ଖୁରରେ ତଣ୍ଟି କାଟି ହତ୍ୟା ଉଦ୍ୟମ Angul OnlineSeptember 20, 2021September 20, 2021 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କୁମଣ୍ଠ ଚଣ୍ଡିବଜାର ଛକ ନିକଟରେ ଏକ ସେଲୁନ କର୍ମଚାରୀଙ୍କ ବେକକୁ ଖୁରରେ କାଟି ହତ୍ୟା ଉଦ୍ୟମ କରିଥିବା ଅନୁଗୁଳ ସଦର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ କୁମଣ୍ଡ ଚଣ୍ଡିବଜାରରେ ଥିବା ଅଶୋକ ସେଲୁନ୍ର କର୍ମଚାରୀ ରଞ୍ଜିତ ବାରିକ୍ କାମ କରୁଥିବା ବେଳେ କୁମଣ୍ଡ ଗ୍ରାମର ତାଙ୍କ ସମ୍ପର୍କୀୟ ପୂର୍ଣ୍ଣ ବାରିକ୍ ସେଲୁନକୁ ଆସିଥିଲେ । ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ ମନୋମାଳିନ୍ୟ ଥିବା ବେଳେ ପୁଣି କୌଣସି କାରଣ ପାଇଁ ବଚସା ହୋଇଥିଲା । ଏହି ବଚସା ବେଳେ ରଞ୍ଜିତ , ପୂର୍ଣ୍ଣଙ୍କୁ ଏକ ଥାପଡ଼ ମାରିଥିଲେ । ଏଥିରେ ପୂର୍ଣ୍ଣ ରାଗିଯାଇ ସେଲୁନରେ ଥିବା ଏକ ଖୁରରେ ହଠାତ ରଞ୍ଜିତଙ୍କ ବେକକୁ କାଟି ଦେଇଥିଲେ । ଫଳରେ ରଞ୍ଜିତ ସେଠାରେ ରକ୍ତ ଯୁଡ଼ୁବୁଡ଼ୁ ହୋଇ ପଡ଼ି ଯାଇଥିଲେ । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏନେଇ ରଞ୍ଜିତଙ୍କ ପରିବାର ଲୋକେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଲକ୍ଷାଧିକ ଟଙ୍କା ସହ ମୋଟରସାଇକେଲ ନେଇ ଭଡାଟିଆ ଚମ୍ପଟ – ଥାନାରେ ଅଭିଯୋଗ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡରୀର କିଛି ଲୋକଙ୍କୁ ସେହି ଗାଁରେ ଭଡାରେ ରହୁଥିବା ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ନେବା ସହ…
ଇକୋ ପାର୍କ ନିକଟରୁ ୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ମୁଖ୍ୟ ପାର୍କ ନିକଟରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଅଭିଯୁକ୍ତ…
ଫୁଟେ ଜାଗା ପାଇଁ ଦୁଇ ପରିବାର ଭିତରେ ଗଣ୍ଡଗୋଳ – ଟାଙ୍ଗିଆ ଆକ୍ରମଣରେ ଜଣେ ମୃତ ଦୁଇ ଗୁରୁତର ଅନୁଗୋଳ – ଅନୁଗୋଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।…