ମୁଖ୍ୟ ଖବର ଚାକିରୀରୁ ବେଆଇନ ବହିଷ୍କାର ବିରୁଦ୍ଧରେ ଆମରଣ ଅନଶନ Angul OnlineNovember 2, 2022November 2, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ ବହିଷ୍କାର କରା ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ତାଳଚେର ରେଞ୍ଜ୍ ସିପୁର ସେକ୍ସନ୍ ରେ ଅଜିତ କୁମାର ସାହୁ ଓ ଅନ୍ୟ ଦୁଇ ଜଣ ଯୁବକ କାର୍ଯ୍ୟ କରୁଥିଲେ । ତେବେ ଦୁଇ ମାସ ହେବ ବିନା କୌଣସି ନୋଟିସରେ ଏମାନଙ୍କୁ ଚାକିରୀରୁ ବହିଷ୍କାର କରି ଦିଆ ଯାଇଥିଲା । ଚାକିରୀରୁ ବହିଷ୍କାର ପଛର କାରଣ ମଧ୍ୟ ସେମାନଙ୍କୁ ଦିଆ ଯାଇ ନଥିଲା । ଉପରିସ୍ଥ ଅଧିକାରୀଙ୍କୁ ଏ ନେଇ ପଚରା ଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଆମରଣ ଅନଶନରେ ବସିବା ସହ ସେମାନଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । Advertisement
ଏନଏଚ୍ -୫୩ର ସମ୍ପ୍ରସାରଣ ସହ ରାଜପଥ ଦୁଇ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ବର – ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର…
ଫେରିଗଲା ୧୦ ଲକ୍ଷ ଟଙ୍କା – ନିଶା ମୁକ୍ତ ଭାରତ ଅଭିଯାନରେ ଟଙ୍କାଟିଏ ଖର୍ଚ୍ଚ କଲା ନାହିଁ ପ୍ରଶାସନ ଅନୁଗୁଳ – ନିଶା ମୁକ୍ତ ଭାରତ ଅଭିଯାନରେ ଅନୁଗୁଳ ଜିଲ୍ଲା ଟଙ୍କାଟିଏ ଖର୍ଚ୍ଚ କରି ପାରିଲା ନାହିଁ । ଫଳରେ ସରକାର ଏହି ବାବଦକୁ ଦେଇ ଥିବା…
ସହକାରୀ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ଘରେ ସିବିଆଇ ଚଢ଼ାଉ ଅନୁଗୁଳ – ସିବିଆଇ ପଞ୍ଚାରେ ସହକାରୀ ଡାକ ଅଧିକ୍ଷକ । କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି…