ମୁଖ୍ୟ ଖବର କାର ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ- ଝିଅ ଆହତ Angul OnlineApril 20, 2021April 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ସାରଙ୍ଗପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ପୁରୁଣା କଟକ ରାସ୍ତାରେ କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କାର ହଠାତ ଭାରସାମ୍ୟ ହରାଇ ଏକ ଗଛ ଏବଂ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଗାଡି ଚଲାଉଥିବା ଲକ୍ଷ୍ମଣ ସାହୁଙ୍କ ମୃତ୍ୟୁ ହୋଇଥିଲା । ଗାଡ଼ିରେ ଥିବା ଲକ୍ଷ୍ମଣଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳଯରେ ଭର୍ତ୍ତୀ କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । ମୃତାହତ ମାନେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଜଣାପଡିଛି । Advertisement
ଅନୁଗୁଳ ଆସିବେ ଗୌତମ ଗାମ୍ଭୀର ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ (…
ଶତକ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ଆଜି ଜିଲ୍ଲାରେ ମୋଟ ୯୩ ଜଣ କରୋନା ପଜିଟିଭ ଚିହ୍ନଟ…
ବେଆଇନ ଆଣ୍ଟିଜେନ ଟେଷ୍ଟ କରି ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ଆଣ୍ଟିଜେନ କିଟ୍ ମାଧ୍ୟମରେ ବେଆଇନ ଭାବେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି…