ଅପରାଧ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମି Angul OnlineMay 31, 2022May 31, 2022 ଅନୁଗୁଳ – ସାବିତ୍ରୀ ଅମାବାସ୍ୟା ଭଳି ଦିନରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ବନ୍ତଳା ଥାନା ବଡକେରା ଗାଁରେ ଘଟି ଯାଇଛି । ସୂଚନା ଅନୁସାରେ ବଡକେରା ଗାଁର ବସନ୍ତ ବେହେରା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ପାଇଁ ରାତିରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ବେଳେ ଉତ୍ତ୍ୟକ୍ତ ହୋଇ ବସନ୍ତ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ଲିପିକୁ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟରେ ଲିପି ସେଇଠାରେ ହିଁ ଟଳି ପଡ଼ିଥିଲେ । ଏହା ପରେ ସ୍ବାମୀ ବସନ୍ତ ନିଜେ ବିଳମ୍ବିତ ରାତିରେ ଥାନାକୁ ଯାଇ ଘଟଣା ସମ୍ପର୍କରେ ଜଣାଇବା ସହ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା…
ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି…
ଉପହାର ପାଇବା ଲୋଭରେ ହରାଇଲେ ଲକ୍ଷେ ଟଙ୍କା ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର…