ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା ଗାଁର ଏକ ଘରେ ପୁଲିସ ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଛି । ଗାଁର ଉକ୍ତ ଘରକୁ ଭଡା ସୂତ୍ରରେ ନେଇ କିଛି ବ୍ୟକ୍ତି ଓ ଡାକ୍ତର ବେଆଇନ ଭାବେ ଲିଙ୍ଗ ଚିହ୍ନଟ କରିବା ସହ ଭୃଣ ହତ୍ୟା କରୁଥିବା ସୂଚନା ମିଳିଥିଲା । ଯାହାର ଖବର ଅନୁଗୋଳ ଜିଲ୍ଲାପାଳ ପାଇ ଏକ ଟିମ ଗଠନ କରି ଆଜି ସେହି ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରେ ଥିବା ଡାକ୍ତର ପୁଣ୍ୟ ଶ୍ଳୋକ ଦାସକୁ କୋଲିୟାରୀ ପୁଲିସ ଅଟକ ରଖିଥିବା ଜଣାପଡିଛି। ତେବେ ଡାକ୍ତର ଜଣକ କଟକ ଅଞ୍ଚଳର ହୋଇଥିବା ଜଣାପଡିଛି । ଅନ୍ୟପଟେ ଚଢ଼ାଉ ସମୟରେ ଅଲଟ୍ରାସାଉଣ୍ଡ ମେସିନ ଧରି ଡାକ୍ତରଙ୍କ ସହଯୋଗୀ ଚମ୍ପଟ ମାରିଥିବାର ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ କୋଲିୟାରୀ ପୁଲିସ ଡାକ୍ତରଙ୍କୁ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ଡାକ୍ତରଙ୍କ ଅନ୍ୟ ସହଯୋଗୀଙ୍କୁ ପୁଲିସ ଅଲଟ୍ରା ସାଉଣ୍ଡ ମେସିନ ସହ ଧରିବାକୁ ତନାଘନା ଜାରି ରଖିଛି । ତେବେ ଦୀର୍ଘଦିନ ଧରି ଏହି ଠାରେ ଏଭଳି କାର୍ଯ୍ୟ ଜାରି ରହିଥିବା ଜଣା ପଡ଼ିଛି ।


