ଅପରାଧ କପି ପାଇଁ ଲାଞ୍ଚ ନେଇ ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ଓ ସ୍କୁଲ ପିଅନକୁ କାରାଦଣ୍ଡାଦେଶ Angul OnlineNovember 30, 2023November 30, 2023 ଅନୁଗୁଳ – ପରୀକ୍ଷାରେ କପି ଦେବା ପାଇଁ ଲାଞ୍ଚ ନେବା ମାମଲାରେ ସ୍କୁଲର ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ଓ ସ୍କୁଲ ପିଅନକୁ ୩ ବର୍ଷ କାରାଦଣ୍ଡାଦେଶ ହୋଇଛି । ଅନୁଗୁଳ ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏଭଳି ରାୟ ପ୍ରକାଶ ପାଇଛି । ସ୍ଵତନ୍ତ୍ର ଭିଜିଲାନ୍ସ ଜଜ ଅନୁପ ରଞ୍ଜନ ପଟ୍ଟନାୟକ ୨୦୧୧ ମସିହାରେ ହୋଇଥିବା ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ପରୀକ୍ଷା କେନ୍ଦ୍ର ଅଧିକ୍ଷକ ତଥା ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମନା ଓ ଜରିମନା ଅନାଦେୟ ଅଧିକ ୨ ମାସ ଜେଲ୍ ଦଣ୍ଡ୍ରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ୨୦୧୧ ମସିହା ସେପ୍ଟେମ୍ବର ମାସରେ ରାମଦେଓ ହାଇସ୍କୁଲ କିଶୋରଗଞ୍ଜ, ବଇଣ୍ଡା ପରୀକ୍ଷା କେନ୍ଦ୍ରରେ ଛେଣ୍ଡିପଦା ଅଞ୍ଚଳର ଜଣେ ଛାତ୍ର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିଲେ । ପରୀକ୍ଷାରେ କପି ଦେବା ପାଇଁ କେନ୍ଦ୍ର ଅଧିକ୍ଷକ ତଥା ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ସାହୁ ୨ ହଜାର ଟଙ୍କା ବାବି କରିଥିଲେ । ଦାବି ଅନୁସାରେ ଛାତ୍ରଙ୍କ ଅଭିଭାବକ ପ୍ରଥମେ ୧ ହଜାର ଟଙ୍କା ଦେଇଥିଲେ। ପରୀକ୍ଷାର ଦୁଇ ଦିନ ପରେ କେନ୍ଦ୍ର ପରୀକ୍ଷକ ଆଉ ହଜାରେ ଟଙ୍କା ମାଗିଥିଲେ । ଟଙ୍କା ନହେଲେ ମାଲପ୍ରାକ୍ଟିସ୍ କରାଇବାର ଧମକ ଦେଇଥିଲେ। ଫଳରେ ଛାତ୍ରଙ୍କ ବଡ଼ ଭାଇ ସେପ୍ଟେମ୍ବର ୨ ତାରିଖରେ ଅନୁଗୁଳ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ୩ ତାରିଖ ଦିନ ଛାତ୍ରଙ୍କ ଭାଇ ପରୀକ୍ଷା ଅଧିକ୍ଷକ ଗୌରଚନ୍ଦ୍ର ସାହୁଙ୍କୁ ବଳକା ହଜାରେ ଟଙ୍କା ଦେବା ବେଳେ ଜଗି ରହିଥିଲା । ମାତ୍ର ଶ୍ରୀ ସାହୁ ଭକ୍ତ ଟଙ୍କାକୁ ଉପଅଧିକ୍ଷକ ତଥା ସହକରୀ ଶିକ୍ଷକ ପ୍ରଦୀପ ପ୍ରଧାନଙ୍କୁ ଦେବା ପାଇଁ କହିଥିଲେ । ତାଙ୍କୁ ଟଙ୍କା ଦେଲା ବେଳକୁ ସେ ସ୍କୁଲର ପିଅନ ଧ୍ରୁବ ଚରଣ ପ୍ରଧାନଙ୍କୁ ଟଙ୍କା ଦେବାକୁ କହିଥିଲେ। ପିଅନ ଟଙ୍କା ଧରିବା ସମୟରେ ଭିଜିଲାନ୍ସ ଟିମ୍ କାବୁ କରି ନେଇଥିଲା । ଏହା ସହ ଲାଂଚ ନେବା ଅଭିଯୋଗରେ ପରୀକ୍ଷା କେନ୍ଦ୍ର ଅଧିକ୍ଷକ ଶ୍ରୀ ସାହୁଙ୍କ ସମେତ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା । ଭିଜିଲାନ୍ସ କୋର୍ଟରେ ମୋଟ ୮ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ବିଚାରପତି ଅନୁପ ରଞ୍ଜନ ପଟ୍ଟନାୟକ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଦିଲ୍ଲୀପ କୁମାର ମହାନ୍ତି କେସ ପରିଚାଳନା କରିଥିଲେ । Advertisement
ମହିଳାଙ୍କୁ ଠକି ଜଣେ ଗିରଫ ଅନୁଗୁଳ – ଜଣେ ମହିଳାଙ୍କ ଠାରୁ ଟଙ୍କା ଠକି ନେବା ଅଭୋଯୋଗରେ ଅନୁଗୁଳ ପୁଲିସ ଉପେନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…
କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ଅନୁଗୁଳ – ଅନୁଗୁଳ ୫ ନମ୍ବର କାଉନସିଲରକୁ ମରଣାନ୍ତକ ଆକ୍ରମଣ ହୋଇଛି । କାଉନସିଲର ରଞ୍ଜିତ ମାଣ୍ଡୋଠିଆ ତାଙ୍କ ଦୋକାନରୁ ଘରକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ…
ଯୁବକଙ୍କୁ ପଥରରେ ଛେଚି ହତ୍ଯା ଅଭିଯୋଗ ତାଳଚେର – ତାଳଚେର ଡେରା ପାଣିହାଟିଙ୍ଗ ନିକଟରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ପରେ ରେଳ ଧାରଣା କଡ଼ରେ ଥିବା ଡ୍ରେନକୁ କେହି ଦୁର୍ବୃତ୍ତ ଫିଙ୍ଗି ଦେଇଥିବା…