ଅପରାଧ ଶାଶୁ-ଶଶୁରଙ୍କୁ ଜ୍ଵାଇଁର ମରଣାନ୍ତକ ଆକ୍ରମଣ Angul OnlineApril 5, 2022April 5, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଜ୍ଵାଇଁର ଆକ୍ରମଣରେ ଶାଶୁ ଶଶୁର ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ଜ୍ବାଇଁ ରାସୋଳ ଥାନା ଗଞ୍ଜରା ଗ୍ରାମର ଜ୍ୱାଇଁ ଶ୍ରୀଥିକଣ୍ଠ ଭୋଇ ଶଶୁର ଘରକୁ ଆସି ବାରମ୍ବାର ହତ୍ୟା ଧମକ ଦେବା ସହ ଦୁର୍ବ୍ୟବହାର କରି ଆସୁଥିଲେ । ଗତକାଲି ଜ୍ୱାଇଁ ଶ୍ରୀଥିକଣ୍ଠ ଭୋଇଙ୍କ ସହ ତାଙ୍କ ସହଯୋଗୀ ନାଥ ଭୋଇ , ଟଙ୍କଧର ଭୋଇ ଶଶୁର ଘରକୁ ଆସି ଆସି ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଫଳରେ ଶଶୁର ଘନ ବେହେରାଓ ଶାଶୁ ରଜନୀ ବେହେରା ଗୁରୁତର ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ଉଭୟ ବୁଦ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୁଲିସ ନିକଟରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା କରୁଛି । Advertisement
ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ତାଲା…
ସାଢ଼େ ଚାରି ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ , ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ତାଳଚେର କୋଲିୟରୀ ଥାନା, ଡେରା ନିକଟରୁ ୪୬ ଗ୍ରାମ ବ୍ରାଉନସୁଗାର ଜବତ । ତାଳଚେର ଅବକାରୀ…
୯ ଜଣ ଡକାୟତକୁ ଗିରଫ କଲା ପୁଲିସ ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କଙ୍କୁରପାଳ ଗ୍ରାମ ନିକଟରେ ଡକାୟତ ଯୋଜନା କରୁଥିବା ବେଳେ ବିସ୍ୱସ୍ତ ସୁତ୍ରରୁ ଖବର ପାଇ ପୁଲିସ ୯ ଜଣ ଡକାୟତଙ୍କୁ…