ଖେଳ ଓ ଖେଳାଳି ତାଳଚେର ଠାରେ ହେବ ଇଣ୍ଡୋର ଷ୍ଟାଡିଅମ Angul OnlineJune 20, 2021June 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବ । ଏ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଓ ତାଳଚେର ପଞ୍ଚାୟତ ସମିତି କକ୍ଷ ଠାରେ ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ବରେ ଜାତୀୟ ସ୍ତରର କ୍ରୀଡ଼ବିତ ମାନଙ୍କୁ ନେଇ ଓଡିଶା ସରକାରଙ୍କ ୫ଟି ସଚିବ ଶ୍ରୀଯୁକ୍ତ ଭି.କେ ପାଣ୍ଡିୟାନଙ୍କୁ ଭିଡିଓ କନଫରେସିଂ ମାଧ୍ୟମରେ ପ୍ରସ୍ତାବ ଦିଆ ଯାଇଥିଲା । ତାଳଚେରରେ ଥିବା କ୍ରୀଡାବିତଙ୍କ ଅଭ୍ୟାସ ନିମନ୍ତେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବାର ଆବଶ୍ୟକତା ରହିଛି । ଏହା ହେଲେ ବହୁ ଯୁବ ପ୍ରତିଭା ସେମାନଙ୍କ ପ୍ରତିଭା ରାଜ୍ୟ ତଥା ଦେଶରେ ଦେଖାଇ ପାରିବେ । ଏହି ପ୍ରସ୍ତାବ ପରେ ଖୁବ ଶୀଘ୍ର ତାଳଚେର ପୌରାଞ୍ଚଳରେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବ ବୋଲି ୫ – ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ଆନ୍ତର୍ଜାତିକ ଭାରଉତ୍ତଲୋନକାରୀ କୀର୍ତ୍ତନ ବେହେରା , ଜାତୀୟ ଭଲିବଲ ରେଫରି ଶରତ ପାଣି , ଅନ୍ତର୍ଜାତୀୟ ଫୁଟବଲ ଖେଳାଳୀ ରଞ୍ଜିତ ଟିଗା , ତାଳଚେର ରାଇଫଲ କ୍ଲବର ଶରତ ଚନ୍ଦ୍ର ଦେବ , ପାରା ଅଲମ୍ପିକ ବ୍ୟାଡମିଟନ ଖେଳାଳି ଅମରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । Advertisement
ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ପ୍ରକାଶ ଅନୁଗୁଳ – ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି ।…
କଳାହାଣ୍ଡି କପ – ୧୫ ଜଣିଆ ଅନୁଗୁଳ ଦଳ ଘୋଷଣା ଅନୁଗୁଳ – କଳାହାଣ୍ଡି କପ୍ ପାଇଁ ଅନୁଗୁଳ କ୍ରିକେଟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ…
୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚମ୍ପିୟନ୍ସିପ୍ ହେବ ଅନୁଗୋଳରେ ଅନୁଗୋଳ – ଅନୁଗୋଳ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚମ୍ପିୟନ୍ସିପ୍ – ୨୦୨୩ ଆସନ୍ତା ୯ ତାରିଖରୁ ଅନୁଷ୍ଠିତ ହେବ ।…